Site icon Awaj Media

ବାଲିଗୁଡା ରେ ପ୍ରବଳ ପବନ ସହ ଘଡଘଡି : ନଡ଼ିଆ ଗଛକୁ ବିଜୁଳି ମାରିବାରୁ ଜଳିଗଲା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ, ଘଡଘଡି ଓ ବିଜୁଳି ମାରିବାରୁ କେତେକ ସ୍ଥାନରେ ଛୋଟ ବଡ଼ ଧରଣର ଘରର ଟିଣ, ଆଜବେଷ୍ଟସ ଉଡାଇ ନେଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ବିଦ୍ୟୁତ ତାର ଉପରେ ଗଛ ପଡି ବିଦ୍ୟୁତ ସେବା ବ୍ୟାହତ ହୋଇଛି l ଏତଦ ବ୍ୟତୀତ ଏକ ନଡ଼ିଆ ଗଛ ମଧ୍ୟ ଜଳି ଯାଇଛି l ଖବରରୁ ପ୍ରକାଶ ଯେ, ରବିବାର ଦିନ ଅପରାହ୍ନରେ ସମଗ୍ର ଅଞ୍ଚଳ ରେ ଘଡଘଡି, ବିଜୁଳି ସହ ବର୍ଷା ହୋଇଥିବା ବେଳେ ବାଲିଗୁଡା ବ୍ଲକ ରେବିଙ୍ଗିଆ ପଞ୍ଚାୟତର ମଝିସାହି ବାସିନ୍ଦା ଲକ୍ଷ୍ମଣ ବେହେରାଙ୍କ ଘର ଅଗଣାରେ ଥିବା ନଡ଼ିଆ ଗଛକୁ ବିଜୁଳି ବାଜିବାରୁ ଜଳି ଯାଉଥିବା ଦେଖିବାକୁ ମିଳିଥିଲା l ଖବର ପାଇ ଅଗ୍ନିଶମ ବିଭାଗ ଗାଡି ଆସି ଘଟଣା ସ୍ଥଳରେ ପହଂଚି ନିଆଁ କୁ ଲିଭାଇଥିବା ବେଳେ କାହାର କଛି କ୍ଷତି ହୋଇନଥିବା ଜଣାପଡିଛି l

Exit mobile version