Site icon Awaj Media

ବାଣପୁରରେ “ସାହିତ୍ୟସିନ୍ଦୁରା “ର ଜନ୍ମୋତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅସି , ମସୀ , କାଳି, କଲମର ମାଟି ବାଣପୁରରେ ପାଳିତ ହେଲା ସାରସ୍ଵତ ଅନୁଷ୍ଠାନ “ସାହିତ୍ୟସିନ୍ଦୁରା ” ର ଜନ୍ମୋତ୍ସବ । ଓଡ଼ିଆ ଜାତିର ଇଷ୍ଟଦେବତା ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ପୁର୍ଣ୍ଣିମା ଅବସରରେ ପ୍ରଭୁଙ୍କ କରୁଣା ଭିକ୍ଷା କରି ଆବାହକ ଶିକ୍ଷାବିତ୍ ଗୋଲକ ପରୀଡ଼ାଙ୍କ ସହଯୋଗରେ ବିଧାରପୁରର ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଥିଲା ଏହି ସାରସ୍ଵତ ସମାରୋହ I ତାମିଲନାଡୁ ସରକାରଙ୍କ ଅବସରପ୍ରାପ୍ତ ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ଆଶୁତୋଷ ସାମନ୍ତସିଂହାରଙ୍କ ସଭାପତିତ୍ଵରେ ଆୟୋଜିତ ସମାରୋହରେ ଡଃ ନୃସିଂହ ପ୍ରଧାନ, ଆଇନଜୀବି ରବି ମାନସିଂ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, କବି ପୁରୁଷୋତ୍ତମ ମହାପାତ୍ର, ମୁରଲୀଧର ସାମନ୍ତସିଂହାର, ରାଜେନ୍ଦ୍ର ପ୍ରସାଦ ରଥ, ଭିକାରୀଚରଣ ପ୍ରଧାନ, ମଦନ ମହାପାତ୍ର, ଦିଗାମ୍ବର ବିଶ୍ଵାଳ , ଡଃ କୈଳାସ ମହାରଣା, ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି , ସର୍ବେଶ୍ଵର ଷଡ଼ଙ୍ଗୀ, ମହେଶ୍ଵର ଜେନା, ରଙ୍କନାଥ ସେଠୀ, ଦିଲ୍ଲୀପ ଶତପଥି, ଶଶିଭୂଷଣ ବରାଳ, ରବୀନ୍ଦ୍ର ପ୍ରଧାନ, ଲଳିତ ମୋହନ ନାୟକ, ସଂଧ୍ୟା ଦେବୀ, ବିଷ୍ଣୁପ୍ରିୟା ଦେବୀ ପ୍ରମୁଖ ଚିଲିକା ବାଣପୁର ଅଞ୍ଚଳର ବହୁ ସାରସ୍ଵତ ପ୍ରତିଭା ଯୋଗଦେଇ ମାତୃଭାଷା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ଏହାର ପ୍ରଚାର ପ୍ରସାର ନିମନ୍ତେ ଉଦ୍ୟମ ଆରମ୍ଭ କରିବା ପାଇଁ ସଂକଳ୍ପ ନେଇଥିଲେ ।

Exit mobile version