Site icon Awaj Media

ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ମନ୍ତ୍ରୀ ପ୍ରିତିରଞ୍ଜନଙ୍କ ଉଦ୍ୟମରେ ରକ୍ତଦାନ ଶିବିର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗତ ୨ ତାରିଖ ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଆହତ ମାନଙ୍କ ଚିକିତ୍ସା ପାଇଁ ଡୁବୁରୀ ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି ! ଶିବିରରେ ମୋଟ ୮୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଆହତ ମାନଙ୍କ ଚିକିତ୍ସା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ତୁରନ୍ତ ଡୁବୁରୀ ଠାରେ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଶିବିରରେ ୮୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ନିଜେ ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । ଆହତ ମାନଙ୍କୁ ସେବା ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀଘଡ଼ାଇଙ୍କ ଭିତରେ ଥିବା ଉତ୍ସାହ ଯୁବପିଢୀଙ୍କ ପାଇଁ ପ୍ରେରଣା ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସରପଞ୍ଚ ନିରୁପମା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସାଧୁଚରନ୍ ଟିୟୁ, ଜେମା ଚାଖି, ପ୍ରତାପ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ଯୁବନେତା ଜୟନ୍ତ ରାଉତ, ମୃତ୍ୟୁଞ୍ଜୟ ଦେଓ, ସୁଜିତ ରାଉତ ,ଦେବିପ୍ରସାଦ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Exit mobile version