Site icon Awaj Media

ଲୁଣା ନଦୀରେ ବଡବାପା ଙ୍କ ସହିତ ଗାଧେଇବାକୁ ଯାଇ ପୁତୁରା ର ମୃତ୍ୟୁ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଲୁଣା ନଦୀରେ ବଡବାପା ଙ୍କ ସହିତ ଗାଧେଇବାକୁ ଯାଇ ପୁତୁରା ର ମୃତ୍ୟୁ ! କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ପଞ୍ଚାୟତ ର ଅଣସରପୁର ଗ୍ରାମର ଅଜୟ ସାହୁ ପ୍ରତିଦିନ ଭଳି ଆଜି ସକାଳୁ ପୁଅ ଓ ପୁତୁରା କୁ ନେଇ ଅସୁରେଶ୍ଵର ଲୁଣାନଦୀ ର ପୁବଂଶ ଡାକବଙ୍ଗଳା ଘାଟ କୁ ଗାଧେଇବା ପାଇଁ ଯାଇଥିଲେ l ଗାଧେଇବା ସମୟ ରେ ନଦୀର ବାଲି କୁ ଗଭୀର ଭାବରେ ତାଡି ଥିବାରୁ ଅଜୟଙ୍କ ପୁତୁରା ସୌମ୍ୟରଞ୍ଜନ ଙ୍କ ପାଦ ଅଚାନକ ସେଇ ଗଭୀର ପାଣିରେ ଖସି ଯାଇଥିଲା । ଏହା ଦେଖି ବଡବାପା ଅଜୟ ପୁତୁରା କୁ ଉଦ୍ଧାର କରିପାଇଁ ଗଭୀର ପାଣି କୁ ଡେଇଁ ପଡ଼ିଥିଲେ ! ସବୁଠାରୁ ବିଡ଼ମ୍ବନାର ବିଷୟ ଅଜୟ ଡେଇଁବା ଦେଖି ପାଖରେ ଗାଧୋଉ ଥିବା ଦୁଇପୁଅ ମଧ୍ୟ ବାପା ସହିତ ସେ ଗଭୀର ପାଣି ଡେଇଁ ପଡ଼ିଥିଲେ। ଅଜୟ ବହୁ କଷ୍ଟ କରି ଦୁଇ ପୁଅକୁ ଉନ୍ଧାର କରିଥିଲେ। ହେଲେ ପୁତୁରା ସୌମ୍ୟରଞ୍ଜନ ନଦୀ ବୁଡି ଯାଇଥିଲେ ତାହାର ପତା ମିଳିନଥିଲା l ଖବର ପାଇ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଯାଇ ସୌମ୍ୟରଞ୍ଜନ କୁ ନଦୀ ରୁ ଉଦ୍ଧାର କରି ତାଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ସେଠି ତାଙ୍କୁ ଡକ୍ତର ମୃତ ଘୋଷଣା କରିଥିଲେ l ନାବାଳକ ସୌମ୍ୟରଞ୍ଜନ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ପରିବାର ଲୋକେ ଥାନା ରେ ଅଭିଯୋଗ ପରେ ନିଶ୍ଚିତକୋଇଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ କୁ ବ୍ୟବଛେଦ ନିମନ୍ତେ କଟକ ବଡ଼ମେଡିକାଲ କୁ ପଠାଇଛନ୍ତି । ଲୁଣାନଦୀ ରେ ଗଭୀର ଭାବରେ ବାଲି ତାଡି ବିକ୍ରି କରୁଥିବା ରୁ ସେଠାରେ ବଡ଼ ବଡ଼ ଗଣ୍ଡ ହୋଇ ଯାଇଥିବା କାରଣ ରୁ ମୃତ୍ୟୁ ହୋଇଛି ବୋଲି ମୃତକଙ୍କ ବାପା ମନୋଜ କୁମାର ସାହୁ ଅଭିଯୋଗ କରିଛନ୍ତି ।

Exit mobile version