Site icon Awaj Media

ୱେବ ସାମ୍ବାଦିକ ସଂଗଠନର ଦିନିକିଆ ବୈଠକ ଓ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ସ୍ଥିତ ସୂର୍ଯ୍ୟାନ୍ସ ହୋଟେଲ ରେ ୱେବ ସାମ୍ବାଦିକ ସଂଗଠନର ଦିନିକିଆ ବୈଠକ ଆୟୋଜନ ସହିତ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି ! ଆୟୋଜିତ ବୈଠକରେ ସର୍ବସମ୍ମତି କ୍ରମେ ଶ୍ରୀ ରମାକାନ୍ତ ବିଶ୍ୱାଳଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିବା ବେଳେ ଉପାଧ୍ୟକ୍ଷ ଭାବେ ଶ୍ରୀ ଟିଟନ ସାହୁ, ସଭାପତି ଭାବରେ ଡ଼. ବନ୍ଦନା ହରିଚନ୍ଦନ, କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜୁ ତିୱାରୀ, ସାଧାରଣ ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ସିଂ, ସଂଗଠନ ସମ୍ପାଦକ ଭାବେ ଡ଼. ବ୍ୟୋମକେଶ କାନୁନଗୋ, ଡ଼. ହର ହର ଶମ୍ଭୁ କୁମାର ଚୌଧୁରୀ, ସରୋଜକାନ୍ତ ଜେନା, ମୀରା ବାଇ ଦେଓ, ଶୁଭେନ୍ଦ୍ର ଶତପଥୀ ଙ୍କୁ ନିର୍ବାଚିତ କରାଯାଇଛି l ନବ ନିର୍ବାଚିତ କାର୍ଯ୍ୟକାରିଣୀ କମିଟି ଆଗାମୀ ବର୍ଷେ ପର୍ଯ୍ୟନ୍ତ ଦାୟିତ୍ୱ ରେ ରହିବ ବୋଲି ସୂଚନା ମିଳିଛି l ନବ ନିର୍ବାଚିତ କାର୍ଯ୍ୟକାରିଣୀ କମିଟି ଓଡିଶା ର ମାନ୍ୟବର ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍ ମହୋଦୟ ଙ୍କୁ ରାଜଭବନ ରେ ଭେଟି ମହାସଙ୍ଘ ର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ l

Exit mobile version