Site icon Awaj Media

ସି ଟି ଟି ସି ତରଫରୁ ବିରାଟ ରକ୍ତଦାନ ଶିବିର ଆୟୋଜିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଭୁବନେଶ୍ୱର ପଟିଆ ସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ୍ ଟ୍ରେନିଂ ସେଣ୍ଟର (ସି ଟି ଟି ସି) କନଫରେନ୍ସ ହଲରେ ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ରୋଗୀଙ୍କ ଟ୍ରିଟମେଣ୍ଟ ନିମନ୍ତେ ଆବଶ୍ୟକ ରକ୍ତର ଭରଣା ପାଇଁ ଏକ ସ୍ବତନ୍ତ୍ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କ୍ୟାମ୍ପ କୁ ଡଃ ଏସ କେ କର, ବରିଷ୍ଠ ମହାପ୍ରବନ୍ଧକ ଏମ ଆଣ୍ଡ ସି, ଡଃ କେ ଏମ ରାଜନ୍ ବରିଷ୍ଠ ମହାପ୍ରବନ୍ଧକ ଟ୍ରେନିଂ ଓ ସୁଶାନ୍ତ କୁମାର ରାଉତ ଙ୍କ ଉପସ୍ଥିତି ରେ ଫିତା କାଟି ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ସ୍ୱର୍ଣଲତl ସାହୁ, କେ ସି ନାୟକ, ସରୋଜ ରାଉତ, ଏସ କେ ରାଉତ, କେ ରାଜନ୍ ପ୍ରଥମେ ରକ୍ତଦାନ କରିଥିଲେ । ଏହି କ୍ୟାମ୍ପ ଟିକୁ ସି ଟି ଟି ସି ର ସୁଦେଶ ଭୂଷଣ ମିଶ୍ର, ଫେଡରେଶନ ଅଫ ବ୍ଲଡ ଡନର ଅର୍ଗାନାଇଯେଶନ ଅଫ ଓଡ଼ିଶା (ଏଫବିଡିଓ ଓ) ଓଡିଶାର କାର୍ଯକାରୀ ସଭାପତି ଡକ୍ଟର ନରେଶ ଚନ୍ଦ୍ର ସାହୁ, ଡଃ ସସ୍ମିତା ପଟ୍ଟନାୟକ ( ଯୁବ ରେଡ଼କ୍ରସ ଜିଲା ସଂପାଦକ, କଟକ) ତ୍ରିଲୋଚନ ଦାସ (FBDOO) ପରିଚାଳନାକରିବା ସହ ସହଯୋଗ କରିଥିଲେ । ବହୁ ରକ୍ତଦାତା ପ୍ରଥମ ଥର ରକ୍ତଦାନ କରିଥିଲେ । କଟକ ରେଡକ୍ରସ ସେଣ୍ଟ୍ରାଲ ବ୍ଳଡ ବ୍ୟାଙ୍କର ଡକ୍ଟର ଉମାକାନ୍ତ ମହାପାତ୍ର ଓ ତାଙ୍କ ଷ୍ଟାଫ ବିଜୟ ସ୍ବାଇଁ, ସନ୍ଦୀପ, ସନ୍ତୋଷ, ଏଲ୍ କେ ମହାନ୍ତି ରକ୍ତ ସଂଗ୍ରହ କରିଥିଲେ । CTTC ର ମଳୟ ମିଶ୍ର, ସନ୍ତୋଷ ବଦନୟକ୍, ସି ଟି ଟି ସି ସ୍ବେଛସେବୀ ଯୁବ ରେଡ଼କ୍ରସ ର ସ୍ବେଛାସେବୀ ଓ ଲିଓ କ୍ଲବ ର ପିଲା ମାନେ ସହଯୋଗ କରିଥଲେ । ପ୍ରବଳ ଖରା ସତ୍ତ୍ୱେ ଏହି ଶିବିର ରୁ ୨୦୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଗ୍ରୀଷ୍ମ ପ୍ରବାହ ସମୟରେ ଏ ପ୍ରକାର ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ।

Exit mobile version