Site icon Awaj Media

12 ଦିନରେ ଗଜପତି ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଛି ! ଅମଲା ମାନଙ୍କ ଏହି ଧାରଣା 12 ଦିନରେ ପହଞ୍ଚିଛି ! ଓଡିଶା ମିନିଷ୍ଟରୀୟଲ ଅଫିସରସ ଆସୋସିଏସନ ଗଜପତି ଜିଲ୍ଲା ଶାଖାର ଚେୟାରମ୍ୟାନ ପ୍ରସାଦ କୁମାର ପାତ୍ର ସଭାପତି କୁରୁମ ନାଥ ରଥ, ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, କନଭେନର ସନିଆ ନାୟକ ପ୍ରମୁଖ କହିଛନ୍ତି ଗଜପତି ଜିଲ୍ଲାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗର ମୋଟ ୩୮୫ ଜଣ କର୍ମଚାରୀ ଗତ ୧ ତାରିଖ ଠାରୁ ଶାନ୍ତିପୂର୍ଣ ଭାବେ ଏହି ଧାରଣା ଜାରି ରଖିଛନ୍ତି ! ଓଡ଼ିଶା ସରକାରଙ୍କ ବୈମାତୃକ ମନଭାବ ଟାଳଟୁଳ ଓ କାଳକ୍ଷେପଣ ନିତୀ ପ୍ରତିବାଦରେ ଜୁନ ମାସ ୧ ତାରିଖ ଠାରୁ ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା ଜାରି ରହିବ ବୋଲି ସେମାନେ ଗଣମାଧ୍ୟମକୁ ସୂଚନା ଦେଇ, କହିଛନ୍ତି ଯେ ସେମାନଙ୍କ ଦାବି ଗୁଡିକୁ ସରକାର ଅତି ଶୀଘ୍ର ପୁରଣ କରନ୍ତୁ !

Exit mobile version