Site icon Awaj Media

ରାଜ୍ୟପାଳଙ୍କୁ ଭେଟିଲେ ସମାଜସେଵୀ ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର !!!

Spread the love

କଟକ ସଦର (ଆୱାଜ ମିଡିଆ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ, ଲେଖିକା ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଙ୍କୁ ରାଜଭବନରେ ସାକ୍ଷାତ କରି ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଏବଂ ରାଜ୍ୟପାଳଙ୍କ ପ୍ରତିଭା ଏବଂ ଜୀବନ ଆଦର୍ଶ ଉପର ସ୍ବରଚିତ କବିତା ପ୍ରଦାନ କରିଛନ୍ତି l ରାଜ୍ୟପାଳ ମଧ୍ୟ୍ୟ ଶୁଭଶ୍ରୀଙ୍କ ଲେଖାରେ ପ୍ରସନ୍ନ ହୋଇ ସେବା କ୍ଷେତ୍ରରେ ପ୍ରେରଣା ପ୍ରଦାନ ନିମନ୍ତେ ବହୁମୂଲ୍ୟ ପଦ୍ମଶ୍ରୀ ପୁସ୍ତିକା ପ୍ରଦାନ କରିବା ସହ ଆଶୀର୍ବାଦ କରିଛନ୍ତି । ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର ସମାଜସେବା କ୍ଷେତ୍ରରେ ଅନେକ ଅସହାୟଙ୍କୁ ସେବା ଯୋଗାଇ ଦେବା ସହ ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ ନିମନ୍ତେ ଉଦମ୍ୟ ଜାରି ରଖି ବେଶ ସଫଳ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l ମହାମହିମ ରାଜ୍ୟପାଳଙ୍କୁ ଭେଟି ବେଶ ଖୁସି ହେବା ସହ ସାମାଜିକ ସେବା କ୍ଷେତ୍ରକୁ ନିଜର ଆଦର୍ଶ ଭାବରେ ଗ୍ରହଣ କରିଛନ୍ତି l

Exit mobile version