Site icon Awaj Media

ବାହାନଗା ଟ୍ରେନ ଦୁର୍ଘଟଣା : ମୃତକଙ୍କ ସ୍ମୃତିରେ ସମୂହ ଦୀପଦାନ !!!

Spread the love

ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବାଲେଶ୍ବର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା ଓ ଆହତଙ୍କ ଆଶୁ ଆରୋଗ୍ୟ ନିମନ୍ତେ ରାମ ମନ୍ଦିର ଫାଟକ ନିକଟରେ ସୋମବାର ସନ୍ଧ୍ୟାରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟ ଏଣ୍ଟରଣ୍ଟେନମେଣ୍ଟ ଏବଂ ଅଭିନେତା ସୂର୍ଯ୍ୟକାନ୍ତ ସାମଲଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଅଭିନେତା ସୂର୍ଯ୍ୟକାନ୍ତ ସାମଲ, ବରିଷ୍ଠ ଅଭିନେତା ଭିକାରୀ ସ୍ବାଇଁ, ଅଭିନେତା ମାନସ , ସମାଜସେବୀ ସ୍ନିଗ୍ଧା ମହାନ୍ତି, ରୂପଶ୍ରୀ ସାହୁ, ନିହାର ରଞ୍ଜନ ପତି ପ୍ରମୁଖ ଯୋଗଦେଇ ଦୀପଦାନ କରିଥିଲେ । ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଜନସାଧାରଣ ସ୍ମୃତି ସଭାରେ ଯୋଗ ଦେଇଥିଲେ। ଅତିଥି ଗଣ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ସାମ୍ବାଦିକ ଗୁରୁପଦ ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version