Site icon Awaj Media

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ଜଳିଗଲା ଷ୍ଟେଟବ୍ୟାଙ୍କର ରେକର୍ଡ ଓ ଆସବାବପତ୍ର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଭାରତୀୟ ଷ୍ଟେଟବ୍ୟାଙ୍କରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ରେକର୍ଡ ରୁମ୍ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଫିରିଙ୍ଗିଆ ଓ ପରେ ଫୁଲବାଣୀରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ, ଗୋଚ୍ଛାପଡା ଭାରତୀୟ ଷ୍ଟେଟବ୍ୟାଙ୍କ ଶନିବାର ଏବଂ ରବିବାର ବନ୍ଦ ଥିଲା । ରବିବାର ସକାଳୁ କିଛି ଲୋକ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଫିରିଙ୍ଗିଆ ଓ ପରେ ଫୁଲବାଣୀରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଇତି ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇ ଯାଇଥିଲା । ଘଟଣାରୁ ପ୍ରକାଶ ଯେ, ବ୍ୟାଙ୍କ ଦୁଇ ଦିନ ପାଇଁ ଛୁଟିଥିବା ବେଳେ ଦାୟିତ୍ଵରେ ଥିବା କର୍ମଚାରୀ ରେକର୍ଡ ରୁମର ଏସି ବନ୍ଦ କରିବାକୁ ଭୁଲି ଯାଇଥିଲେ । ଫଳରେ ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିବା କୁହାଯାଇଛି । ବ୍ୟାଙ୍କର ଏହି ଶାଖାଟି ଏକ ଭଡା ଘରେ ଚାଲିଥିବା ଜଣାଯାଇଛି । ଘଟଣା ସ୍ଥଳରେ ବ୍ୟାଙ୍କର ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ମେହେରଙ୍କ ସହ ଗୋଛାପଡା ସରପଞ୍ଚ ଯୁଗାନ୍ତି କହଁର, ସ୍ଥାନୀୟ ପୋଲିସ କର୍ମଚାରୀ, ଗୋଛାପଡାର ସ୍ବେଚ୍ଛାସେବୀ ସଙ୍ଗଠନ ଆପଦ ମିତ୍ରର କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା ନିଆଁ ଲିଭାଇବା ପାଇଁ ସହଯୋଗ କରିଥିଲେ I ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧ୍ଯ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି l

Exit mobile version