Site icon Awaj Media

ମହିଳା ଆଗକୁ ଆସିଲେ ପ୍ରଗତି ଓ ବିକାଶ ହେବ : ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ କୁମାର ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ବେହେରା, ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ମାଟିର ମଣିଷ ହୋଇ ମାଟି ପାଇଁ ଲଢେଇ କରୁଥିବା କହିଥିଲେ । ସାଧନା ରହିଲେ ବିକାଶ ହେବ । ମନ ଥିଲେ ଆଗ୍ରହ ଆସିବ । ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତା ଦଳର ବିକାଶ ହେବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ବିକାଶକୁ ଗୁରୁତ୍ବ ଦେଇଛନ୍ତି । ମିଶନ ଶକ୍ତି ଗଠନ କରି, ଏବେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି । ମହିଳା ଆଗକୁ ଆସିଲେ ପ୍ରଗତି ଓ ବିକାଶ ହେବ । ନୟାଗଡ଼ ଏକ ଜଳକ୍ଳିଷ୍ଟ ଅଞ୍ଚଳ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀରୁ ପାଣି ଆସିବା ପାଇଁ ବ୍ୟବସ୍ଥା କରିଛନ୍ତି । ଖୁବଶୀଘ୍ର ଘର ଘରକୁ ଜଳଯୋଗାଣ ବ୍ୟବସ୍ଥା ହେବାକୁ ଯାଉଛି । ଶାନ୍ତି ଓ ଉନ୍ନତି ଆମେ ବିଶ୍ବାସ କରୁଥିବା ବେଳେ କିଛି ବ୍ୟକ୍ତି ଗଣ୍ଡଗୋଳ କରିବା ପାଇଁ ଉଦ୍ୟମ କରୁଛନ୍ତି । ଅଣୁବିକ୍ଷଣ ଯନ୍ତ୍ର ପକେଇଲେ ବି ତମେ ଦେଖା ଯିବନି ବୋଲି ବିଧାୟକ ବିରୋଧିଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଥିଲେ । ଓଡିଶା ବିକାଶ ପାଇଁ ନବୀନ ଦକ୍ଷତାର ସହିତ କାର୍ଯ୍ୟ କରି ଲୋକପ୍ରିୟ ହୋଇଥିବା କଥା ବ୍ଲକ ବିଜେଡି ସଭାପତି କହିଥିଲେ । ନୟାଗଡ଼ ବିଧାୟକ ଶାନ୍ତି ଓ ମୈତ୍ରୀକୁ ଗୁରୁତ୍ବ ଦେଇ କାର୍ଯ୍ୟ କରୁଥିବା ବେଳେ ନୟାଗଡ଼ ପାଇଁ ତାଙ୍କର ବିକଳ୍ପ ନାହିଁ ବୋଲି କହିଥିଲେ । ଆଗାମୀ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି ବୋଲି କହିଥିଲେ । ନଗର ବିଜେଡି ସଭାପତି ଅମୁଲ୍ୟ ମହାନ୍ତି ତାଙ୍କ ବକ୍ତବ୍ୟରେ, ବିଧାୟକଙ୍କ କର୍ମ ନିଷ୍ଠାପରତା ବିଷୟରେ କହିଥିଲେ । ଗାଁ ଏବେ ସହର ଭଳି ବିକଶିତ ବୋଲି ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ସାହୁ କହିଥିଲେ । ପଞ୍ଚାୟତ ବିକାଶ ପାଇଁ ବିଧାୟକଙ୍କ ପ୍ରୟାସ ଓ ଚେଷ୍ଠା ସମ୍ପର୍କରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ କହଁର କହିଥିଲେ । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ତାଙ୍କ ବକ୍ତବ୍ୟରେ, ନବୀନଙ୍କ ଭଲ ପାଇବା ସହ ବିଧାୟକଙ୍କ ଅହରହ ସଂଗ୍ରାମ ନୟାଗଡ଼କୁ ଉନ୍ନତି ପଥରେ ଆଗେଇ ନେବାରେ ସମର୍ଥ ହେଉଥିବା କହିଥିଲେ । ଏହି ଅବସରରେ ୯ ଲକ୍ଷ ୫୦ ହଜାର ବ୍ୟୟରେ ନିର୍ମାଣ ହୋଇଥିବା ବାଲୁଗାଁ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର, ୮ ଲକ୍ଷ ୨୦ ହଜାର ବ୍ୟୟରେ ବାଲୁଗାଁ ଅଙ୍ଗନୱାଡ଼ି କେନ୍ଦ୍ର, ୧୦ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ବାଲୁଗାଁ ହାଟ, ୫ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ଭଗବତ ଜୀଉ କୋଠଘର, ୭ ଲକ୍ଷ ବ୍ୟୟରେ ନିର୍ମାଣ ଗଡ଼ଭିତର ସାହି କୋଠଘର, ୫ ଲକ୍ଷ ବ୍ୟୟରେ ନିର୍ମିତ ବାଲୁଗାଁ ଯଜ୍ଞ ଘର, ୮ ଲକ୍ଷ ବ୍ୟୟରେ ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ୨ ଲକ୍ଷ ବ୍ୟୟରେ ହରିଜନ ସାହି କୋଠଘର, ୮ ଲକ୍ଷ ୨୦ ହଜାର ବ୍ୟୟରେ କଣ୍ଟାବଣିଆ ଅଙ୍ଗନୱାଡ଼ି କେନ୍ଦ୍ର, ୩ ଲକ୍ଷ ୫୦ ହଜାର ବ୍ୟୟରେ ତୋଟାସାହି କୋଠଘର, ୮ ଲକ୍ଷ ୨୦ ହଜାର ବ୍ୟୟରେ ଜୟମଙ୍ଗଳ ଅଙ୍ଗନୱାଡ଼ି ଗୃହ, ୧୦ ଲକ୍ଷ ବ୍ୟୟରେ ନିର୍ମିତ ବାଲୁଗାଁ ପଞ୍ଚାୟତ ବିଶ୍ରାମ ଗୃହ ଉଦଘାଟିତ ହୋଇଯାଇଛି । ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୮ ଲକ୍ଷ ବ୍ୟୟରେ ନିର୍ମାଣ ହେଉଥିବା ନୂତନ ଗୃହ ନିର୍ମାଣ କାମର ବିଧାୟକ ତଦାରଖ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ୨ ହଜାରରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ରହିଥିଲେ ।

Exit mobile version