Site icon Awaj Media

ବାଲୁଗାଁ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟରରେ ତିନି ଦିନ ବ୍ୟାପି ପାଳନ ହେବ ରଜ ମହୋତ୍ସବ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟର ପରିସରରେ ଚଳିତ ବର୍ଷ ତିନି ଦିନ ବ୍ୟାପି ରଜ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ି ଆର୍ଟ ବୈଠକରେ ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ତିନି ଦିନ ବ୍ୟାପି ପାଳନ ହେବାକୁ ଥିବା ରଜ ଉତ୍ସବ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ରଜ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ ! ଏହା ସହ ରଜ ଉତ୍ସବର ଶେଷ ଦିନରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ନେଇ ସଂସ୍ଥାର ସମ୍ପାଦକ ସୂଚନା ଦେଇଛନ୍ତି । ଓଡ଼ି ଆର୍ଟ ପରିସରରେ ହେବାକୁ ଯାଉଥିବା ରଜ ଉତ୍ସବରେ ଭାଗ ନେବାକୁ ଇଛୁକ କୁଆଁରୀ ଝିଅ ଏବଂ ମହିଳା ଅନୁଷ୍ଠାନର ନମ୍ବର ରେ ଯୋଗାଯୋଗ କରିପାରିବେ ।

Exit mobile version