Site icon Awaj Media

କାଶୀନଗର ରେ ସିଲାଇ ତାଲିମ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଡ଼ସ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ଭୁବନେଶ୍ୱର ସହାୟତାରେ କାଶୀ ନଗର ବ୍ଳକର ରାଣୀପେଣ୍ଠ। ଗ୍ରାମ ଠାରେ 30 ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଙ୍କୁ ଏମ୍ବଡୋରି ଏବଂ ମାଗମ ସିଲେଇ ବିଷୟରେ ସେମାନଙ୍କ କୌଶଳ ବୃଦ୍ଧି କରିବା ନିମନ୍ତେ ଗତ 26 ତାରିଖ ଠାରୁ ଏକ 15 ଦିନିଆ ତାଲିମ ଶିବିର ଚାଲୁଅଛି । ଏହି ତାଲିମ ଶିବିରରେ କୁଶଳୀ ତାଲିମ ଦାତାଙ୍କ ଦ୍ବାରା ମହିଳାମାନଙ୍କ ବିଭିନ୍ନ ପରିଧାନ ମାନଙ୍କର ସୁନ୍ଦର ଏମ୍ବଡୋରି କାର୍ଯ୍ୟ କରି କିପରି କରି ଅର୍ଥ ଉପାର୍ଜନ କରିପାରିବେ ତାହା ତାଲିମ ଦିଆଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ମହେଶ୍ବର ମଣ୍ଡଳ L D M, ପ୍ରତୀକ ପଣ୍ଡା, ନାବାର୍ଡ ଜିଲ୍ଲା ଅଧିକାରୀ ସାନ୍ତୁନୁ ଗୁରୁ, DIC ଅଫିସର ଏବଂ ରାଣୀପେଣ୍ଠ ସରପଞ୍ଚ ପି ଅରୁଣା ଯୋଗ ଦେଇ ତାଲିମାର୍ଥୀ ମାନଙ୍କୁ ଏହି ତାଲିମ ନେଇ ସେମାନେ କୌଶଳ ବୃଦ୍ଧି କରି ଆର୍ଥିକ ଉପାର୍ଜନ କରିବା ପାଇଁ ଚେଷ୍ଟା କରିବା ପାଇଁ ପ୍ରେରଣା ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମ କୁ ଗଡ଼ସ୍ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।

Exit mobile version