Site icon Awaj Media

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ : ଅଘୋଷିତ ବିଦ୍ୟୁତ କାଟ କଲବଲ କରୁଛି ଲୋକଙ୍କୁ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦିନ ବେଳା ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସହ୍ୟ କଲାବେଳେ ଦିନ ତମାମ ବହୁ ବାର ଏବଂ ସନ୍ଧ୍ୟା ପରେ ମଧ୍ୟ ଅଘୋଷିତ ବିଦ୍ୟୁତ କାଟ କଲାଣି ନୟାନ୍ତ ! ବେଳେବେଳେ ରାତି ସାରା ଆସୁନି ଲାଇନ l ଏହିପରି ହେବା ଦ୍ଵାରା ସାଧାରଣ ଲୋକ ପ୍ରବଳ ହନ୍ତ ସନ୍ତ ହେଉଛନ୍ତି l ପ୍ରବଳ ଗରମରେ କାହାର କାହାର ଦେହ ଖରାପ ହୋଇ ମେଡିକାଲ ବି ଗଲେଣି l ଗୁମି ଗ୍ରାମପଞ୍ଚାୟତ ଏବଂ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ରେ ବିଦ୍ୟୁତ କାଟ ସମସ୍ୟା ତୀବ୍ର ରୂପ ଧରିଛି ! ଯଦି ଆଗାମୀ ଦିନରେ ଏହିପରି ଚାଲେ ଦୁଇ ପଞ୍ଚାୟତ ବାସି ବାଧ୍ୟ ହୋଇ ବିଭାଗ ବିରୋଧରେ ଆନ୍ଦୋଳନ କରିବେ ବୋଲି କହୁଛନ୍ତି l

Exit mobile version