Site icon Awaj Media

ଶଙ୍କର୍ଷଣ ସାହୁ : ସମାଜ ସେବାର ଏକ ଅପ୍ରତିଦ୍ଵନ୍ଦୀ ନେତା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପିଲା ଦିନରୁ କଳା, ସାହିତ୍ୟ, ସଂସ୍କୃତି, ସମାଜସେବା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସମାଜର ଦୁଃଖୀ, ଦରିଦ୍ର, ଅସହାୟଙ୍କୁ ଦେଖିଲେ ତା’ଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସେ ସ୍ଵତଃ ପ୍ରବୃତ ଭାବେ ବାହାରି ଆସନ୍ତି । ଆସ୍ତେ ଆସ୍ତେ ସମାଜ ସେବା କ୍ଷେତ୍ରରେ ପାଲଟନ୍ତି ଜଣେ ଆଗ ଧାଡିର ମଙ୍ଗୁଆଳ। ସେ ଯେମିତି ଜଣେ ଆଗ ଧାଡିର ସମାଜସେବୀ ସେମିତି ମଧ୍ୟ ଜଣେ କଳା, ସାହିତ୍ୟ ଓ ସଂସ୍କୃତି ପ୍ରେମୀ । ଓଡ଼ିଶାରେ କଳା,ସାହିତ୍ୟ ଓ ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଏ ଭଳି ଜଣେ ବ୍ୟକ୍ତି ହେଉଛନ୍ତି ଶଙ୍କର୍ଷଣ ସାହୁ । ଯାଜପୁର ଜିଲ୍ଲାର ସଦାବ୍ରତ ମଠ ସ୍ଥିତ ପିତା ବୁଲୁ ସାହୁ ଓ ମାତା ଟୁନି ସାହୁଙ୍କର କୋଳ ମଣ୍ଡନ କରି ଆଜକୁ ଠିକ୍ ୪୮ବର୍ଷ ତଳେ ଅର୍ଥାତ୍ ଜୁନ୍ ୧୫ ତାରିଖ ୧୯୭୫ ମସିହାରେ ତାଙ୍କର ହୋଇଥିଲା ଜନ୍ମ । ତାଙ୍କ ତତ୍ବାବଧାନରେ ଶଙ୍କର ଚିତ୍ରାଳୟ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଜାଗରଣ ସହ ଅନ୍ୱେଷଣ ଥିଏଟର ମାଧ୍ୟମରେ କଳାର ପ୍ରଚାର ପ୍ରସାର ଜାରି ରହିଥିବାର ଦେଖିବାକୁ ମିଳେ। ଏତଦ୍ଭିନ୍ନ ବୃକ୍ଷ ରୋପଣ, ଦୈନିକ ବୃଦ୍ଧ/ବୃଦ୍ଧା, ଗରିବ ଅସହାୟ ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଆଦି ବଣ୍ଟନ ତାଙ୍କ ନେତୃତ୍ଵରେ ଜାରୀ ରହିଛି। ଶ୍ରୀଯୁକ୍ତ ସାହୁ ଯେଭଳି ଭାବରେ ମେଳାପି ସେଭଳି ଭାବରେ ମିଷ୍ଟଭାଷୀ ମଧ୍ୟ। ଆଜି ତାଙ୍କର ୪୮ତମ ଶୁଭ ଜନ୍ମ ଦିନରେ ଭଗବାନଙ୍କ ନିକଟରେ ତାଙ୍କ ପ୍ରତିଭାଦୀପ୍ତ ଜୀବନର ଉତ୍ତରୋତ୍ତର ଉନ୍ନତି, ଶ୍ରୀବୃଦ୍ଧି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରୁଅଛୁ।

Exit mobile version