Site icon Awaj Media

ରକ୍ତଦାନ ମହା ଅଭିଯାନର ଶାଶ୍ଵତ ସ୍ପନ୍ଦନ : ରକ୍ତଦାତା ଦୀପକ କୁମାର ଚୌଧୁରୀ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ରକ୍ତଦାନ ମହତ୍ ଦାନ । ଅନେକ ମାନବବାଦୀ ତଥା ରକ୍ତଦାତାଙ୍କ ମଧ୍ୟରୁ ବିଶିଷ୍ଟ ସ୍ବେଚ୍ଛାସେବୀ ଦୀପକ କୁମାର ଚୌଧୁରୀ ଅନ୍ୟତମ । ଯାହାଙ୍କ ଜୀବନ ସମ୍ପୂର୍ଣ ତ୍ୟାଗ,ସେବା ପାଇଁ ସମର୍ପିତ । ଦିବାକର ଚୌଧୁରୀ, ସୁଲୋଚନା ଚୌଧୁରୀଙ୍କ ପୁତ୍ର ୧୯୭୦ ମସିହାରେ ଗ୍ରାମ – ତାଳସଙ୍ଗା, ବ୍ଲକ୍ – ମାର୍ଶାଘାଇ, ଜିଲ୍ଲା – କେନ୍ଦ୍ରପଡ଼ାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ତାଳସଂଙ୍ଗା ପ୍ରାଇମେରୀ ସ୍କୁଲ , ତାପରେ ହାଇସ୍କୁଲ୍ ପାଖ ଗ୍ରାମ ମାଣିକପୁରରେ ମାଟ୍ରିକ, ନିମାପଡ଼ା କଲେଜରେ ଶିକ୍ଷା ଲାଭ କରିଥିଲେ । ୧୯୯୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଦିର୍ଘ ୩୩ ବର୍ଷ ସେବାରେ ବ୍ରତୀ । ସମାଜସେବା ପାଇଁ ୨୦୧୬ ମସିହାରେ ମହାମହିମ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ମହୋଦୟଙ୍କ ଦ୍ଵାରା ଦିଲ୍ଲୀ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ଏକ ନୈଶ୍ଯ ଭୋଜିରେ ଅଂଶଗ୍ରହଣ କରିବାକୁ ତାଙ୍କୁ ସାରା ଭାରତ ବର୍ଷ ପ୍ରତ୍ୟେକ ରାଜ୍ଯରୁ ମାତ୍ର ୮୬ ଜଣଙ୍କୁ ଚୟନ କରାଯାଇ, ଓଡିଶାରୁ ପ୍ରତିନିଧିତ୍ୱ କରି ସେ ଦିଲ୍ଲୀ ନିମନ୍ତ୍ରିତ ହୋଇଥିଲେ । ସେ ଏଯାବତ୍ ୯୩ ଥର ରକ୍ତଦାନ କରିବା ସହ, ବହୁ ଲୋକଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଇ ବର୍ଷକୁ ଏକ ହଜାରରୁ ଦେଢ଼ ହଜାର ପର୍ଯ୍ୟନ୍ତ ରକ୍ତ ସଂଗ୍ରହ କରି ରକ୍ତ ଭଣ୍ଡାରକୁ ଯୋଗାଇଥାନ୍ତି । ସେ ବାତ୍ୟା, ବନ୍ୟା ଭଳି ଦୁଃସମୟରେ ଅନେକ ଦୁର୍ଗମ ସ୍ଥାନକୁ ଯାଇ ସେବା ପ୍ରଦାନ କରିଛନ୍ତି ।

Exit mobile version