Site icon Awaj Media

” ଦ ବେବି ମାର୍ଟ ” ର ଶୁଭାରମ୍ଭ : ଉଦଘାଟନ କଲେ ନୟାଗଡ ବିଧାୟକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ନିକଟସ୍ଥ ଦୁର୍ଗାପ୍ରସାଦ TVS ବାଇକ ସୋରୁମ ସାମ୍ନାରେ ଦ ବେବି ମାର୍ଟ ନାମରେ ଗୋଟିଏ ନୂଆ ସପିଙ୍ଗ ସୋରୁମ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ ଙ୍କ ଦ୍ୱାରା ଉଦଘାଟନ ହୋଇଅଛି I ମାର୍ଟ ର ପ୍ରୋପାଇଟର ଅନ୍ତର୍ଯ୍ୟାମୀ ଲେଙ୍କା ତାଙ୍କ ପୁତ୍ର ରବୀନ୍ଦ୍ର କୁମାର ଲେଙ୍କା ଙ୍କ ସହିତ ସ୍ଥାନୀୟ ସରପଞ୍ଚ ସଂଯୁକ୍ତାରାଣୀ ମହାପାତ୍ର, ଯୁବ ସମାଜସେବୀ ରବୀନ୍ଦ୍ର ଜେନା, କୃଷ୍ଣ ଦଳେଇ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ I ଅନ୍ତର୍ଯ୍ୟାମୀ ଙ୍କ କହିବା ଅନୁସାରେ ଆଖପାଖରେ ଏଭଳି ଗ୍ରୋସରୀ ମାର୍ଟ ନଥିବାରୁ ଲୋକମାନେ ବହୁତ ହଇରାଣ ହେବାକୁ ପଡୁଥିଲା ଏବଂ ଏହି ମାର୍ଟ ରେ ସମସ୍ତ ଘରୋଇ ଉପକରଣ ସହ ଛୋଟ ପିଲାମାନଙ୍କ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ରହିଛି l ଏହି ମାର୍ଟ ଖୋଲିବାକୁ ନେଇ ସ୍ଥାନୀୟ ବାସିନ୍ଦା ବହୁତ ଖୁସି ପ୍ରକାଶ କରିଛନ୍ତି l

Exit mobile version