Site icon Awaj Media

ବାଣପୁର ମାଳି ଗୋବିନ୍ଦପୁର ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ , ଅଖଣ୍ଡ ନାମ ଯଜ୍ଞ ଓ ଚତୁର୍ଦଶ ମହାଶମ୍ଭୁ ମିଳନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଳି ଗୋବିନ୍ଦପୁର ଗ୍ରାମରେ ଚାରି ଦିନ ବ୍ୟାପି ବିଶ୍ୱ ଶାନ୍ତି ମହାଯଜ୍ଞ ସହିତ ଅଖଣ୍ଡ ନାମ ଯଜ୍ଞ ଓ ଶମ୍ଭୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମାଳି ଗୋବିନ୍ଦପୁର ଗ୍ରାମବାସୀ କଳସ ଜଳ ଯାତ୍ରl ଓ ଅଧିବାସ ପରେ ସୂର୍ଯ୍ୟ ପୂଜା, ଗୋପୂଜା ଓ ଅର୍ଣ୍ଣ ପୂଜା ପରି ବିଭିନ୍ନ ପୂଜା ପରେ ହୋମ ଯଜ୍ଞ ଆରମ୍ଭ ହୋଇଥିଲା l ଅନ୍ତିମ ଦିନରେ ପୂର୍ଣ୍ଣାହୁତି ହୋଇଥିଲା l ଗତିଶ୍ଵର ଦେବ ବିଜେ ମାଳିଗୋବିନ୍ଦପୁରଙ୍କ ନିମନ୍ତ୍ରଣ କ୍ରମେ ଚଉଦ ଶମ୍ଭୁ ଯଥା ଶ୍ରୀ ରାମେଶ୍ଵର ଦେବ ବିଜେ ଗବପଦର, ଶ୍ରୀ ଗତିଶ୍ଵର ଦେବ ବିଜେ ଦୁଲଣୀ ଶାସନ, ଶ୍ରୀ ଭେଟିନାଥ ଦେବ ବିଜେ ଭେଟେଶ୍ୱର, ଶ୍ରୀ ସିଂହନାଥ ଦେବ ବିଜେ ସୀଙ୍ଗେଶ୍ଵର, ଶ୍ରୀ ଗତିଶ୍ଵର ଦେବ ବିଜେ ମଙ୍ଗରାଜପୁର, ଶ୍ରୀ ସୋମନାଥ ଦେବ ବିଜେ ଏକଡାଳିଆ, ଶ୍ରୀ ବାଲୁଙ୍କେଶ୍ବର ଦେବ ବିଜେ ଦୋଳମୁଣ୍ଡାଇ,ଶ୍ରୀ ଜଗତେଶ୍ଵର ଦେବ ବିଜେ ମଙ୍ଗଳପୁର ଶାସନ, ଗଛ ବାଲୁଙ୍କେଶ୍ବର ଦେବ ବିଜେ ହାତୀମୁଣ୍ଡା, ଶ୍ରୀ ଚନ୍ଦ୍ରଶେଖର ଦେବ ବିଜେ ବଡକୂଳ, ଶ୍ରୀ ହରଗୈରୀ ଦେବ ବିଜେ ବଡକୂଳ, ଶ୍ରୀ ବାଙ୍କନିଧି ଦେବ ବିଜେ ଗବପଦର, ଶ୍ରୀ ଗୋପୀନାଥ ଦେବ ବିଜେ ଦୁଲଣୀ ଶାସନ ଙ୍କ ମିଳନ କାର୍ଯ୍ୟକ୍ରମ ହୋଇଥିଲା l ଏହି ମିଳନ ଦେଖିବାକୁ ବାଲୁଗାଁ ବାଣପୁର ଅଞ୍ଚଳର ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଥିଲା l ସତେ ଯେମିତି ଭକ୍ତ ଓ ଭଗବାନଙ୍କ ମହା ମିଳନ ଚାଲିଥିଲା l ହୁଳହୁଳି, ବାଜା ବାଣ ଓ ପଟୁଆର ରେ କମ୍ପିଉଠିଲା ସେଠାକାର ପରିବେଶ l କାର୍ଯ୍ୟକ୍ରମ ରେ କାଳେ କିଛି ବିଘ୍ନତା ବା ବିଶୃଙ୍ଖଳା ଯେପରିକି ନହୋଇ ପାରିବ ସୁରକ୍ଷା ଦୃଷ୍ଟି ରୁ ବାଣପୁର ପୋଲିସ ପକ୍ଷରୁ କଡା ପ୍ରହରା ସହିତ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା l ତେବେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଗ୍ରାମବାସୀଙ୍କ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l

Exit mobile version