Site icon Awaj Media

ପେଶାରେ ସାମ୍ବାଦିକ ! ନିଶା ତାଙ୍କର ସମାଜ ସେବା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଜଣେ ଯୁବ ସୁଲଭ ପ୍ରତିଭା, ସ୍ୱାଭିମାନର ପ୍ରତୀକ ତଥା ଦକ୍ଷ ସଂଗଠକ ଯୁବ ସାମ୍ବାଦିକ ରାକେଶ ସାହୁ । ପେଶାରେ ସାମ୍ବାଦିକ ହୋଇଥିଲେ ବି ନିଶା ତାଙ୍କର ସମାଜ ସେବା ! ପିଲାଟି ଦିନରୁ ରାକେଶ ଙ୍କ ଆରମ୍ଭ ହୋଇଛି ସେବାକାର୍ଯ୍ଯ I ଦକ୍ଷ ସଚ୍ଚୋଟ ନିରପେକ୍ଷ ନିର୍ଭିକ ଯୁବ ସାମ୍ବାଦିକ ଭାବେ ଚିଲିକା ନିର୍ବାଚନ ମଣ୍ଡଳୀରେ ବେଶ୍ ଜଣା ଶୁଣା ରାକେଶ ସାହୁ। ତାଙ୍କର ଏହି ସାମାଜିକ ସେବା ଗୁଣ ରୂପରେଖ ନେଇଛି ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ୍ ୪୯୯ ଓଡ଼ିଶା ମାଧ୍ୟମରେ I ଏହି ସଂଗଠନ ମାଧ୍ୟମରେ ହିଁ ସେ ବିଭିନ୍ନ ସମାଜସେବା, ରକ୍ତଦାନ ଶିବିରର ଆୟୋଜନ, ଜନ ସଚେତନତା, ପରିବେଶ ସୁରକ୍ଷା ଆଦି ଅନେକ ଜନ ହିତକର କାର୍ଯ୍ୟର ମଙ୍ଗ ଧରି ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପିତା ନୀଳମଣି ସାହୁ ଓ ମାତା କବିତା ସାହୁଙ୍କ କୋଳମଣ୍ଡନ କରି ୨୦୦୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଚିଆଙ୍କ ସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରାକେଶ ସାହୁ । ଅଧ୍ୟୟନ ସମାପ୍ତ ପରେ ସେ ସାମ୍ବାଦିକ ଜଗତକୁ ଆପଣେଇ ଥିଲେ l ଏହି ମହତ ଚିନ୍ତାଧାରା ଥିବା ବ୍ୟକ୍ତିତ୍ୱ ଜଣଙ୍କ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ହେଉଛି ସମାଜ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବା । ଏଥି ସହ ନିଜ ପ୍ରଚେଷ୍ଟାରେ ଏବଂ ଅନ୍ୟ ସହଯୋଗୀ ବନ୍ଧୁ ମାନକଙ୍କ ସାମୂହିକ ସହଯୋଗରେ ସମାଜ ହିତ ସାଧନା ପାଇଁ ନିରନ୍ତର ସେବା କାର୍ଯ୍ୟ କରି ଚାଲିଛନ୍ତି । ତାଙ୍କର ଏହି ମହନୀୟତାର ସ୍ୱୀକୃତି ସ୍ୱରୂପ ସେ ବହୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ ଆଉ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା । ରକ୍ତଦାନ ଶିବିର ଆୟୋଜନ, ଅସହାୟଙ୍କୁ ଖାଦ୍ୟ ବଣ୍ଟନ, ସ୍ବାସ୍ଥ୍ୟ ସଚେତନତା ଶିବିର ସହ ଔଷଧ ବଣ୍ଟନ ଆଦି ଅନେକ ମାନବଧର୍ମୀ କାର୍ଯ୍ୟର ସେ ଅନନ୍ୟ ସୃଜନଶୀଳ ସ୍ରଷ୍ଟା । ସାମ୍ବାଦିକତା ବୃତ୍ତିରେ ଥାଇ ମଧ୍ୟ ରାକେଶ ଙ୍କ ଏହି ସମାଜସେବା କାର୍ଯ୍ୟ ପାଇଁ ବାଣପୁର-ବାଲୁଗାଁ-ଚିଲିକା ଅଞ୍ଚଳରେ ସେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।।

Exit mobile version