Site icon Awaj Media

ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାପାଳଙ୍କ ସଦଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ମଞ୍ଚାସିନ ଯୁଗ୍ମ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀମତୀ ଲିପିକା ଦାସଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଦିଲିପ କୁମାର ଜେନା ଏବଂ ସମ୍ମୁଖରେ ଉପସ୍ଥିତ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଲାଇନ ବିଭାଗର ଅଧିକାରୀ ମାନଙ୍କୁ ସ୍ବାଗତ ଜଣାଇବା ସହ ଟେବୁଲ ଟପ୍ ବୈଠକ ଉପରେ ସୂଚନା ପ୍ରଦାନ କରି କହିଲେ ଯେ, ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ସମଗ୍ର ଦେଶରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ଆନ୍ତବିଭାଗୀୟ ସମନ୍ଵୟ ରକ୍ଷା କରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ଆମ ଜିଲ୍ଲାରେ ୨୦୦ ଆପଦ ମିତ୍ରଙ୍କୁ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତାଲିମ ଦିଆଯାଇ ସେମାନଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି । ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ସୂଚନା ଦେଇଥିଲେ ଯେ, ଆସନ୍ତା କାଲି ତା.୧୯.୦୬.୨୦୨୩ରିଖରେ ଆମ ଜିଲ୍ଲାରେ ଥିବା ୧୭ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ ଉଦ୍ଧାର କାର୍ଯ୍ୟର ମଲ NDRF ଓ ଅଗ୍ନିଶମ ବିଭାଗ ଦ୍ବାରା କରାଯିବ । ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରେ ବିଭିନ୍ନ ବିଭାଗ ଦ୍ବାରା କିପରି ଉଦ୍ଦାର କାର୍ଯ୍ୟ କରିବେ ସେ ସଂପର୍କରେ ପିପିଟି ମାଧ୍ୟମରେ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଯୁଗ୍ମ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀମତୀ ଦାସ ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲଟି ଉପରେ ରାଜ୍ୟ ସରକାର ବିଶେଷ ପ୍ରାଧାନ୍ୟ ଦେଉଛନ୍ତି ବୋଲି କହିଥିଲେ । ବିପର୍ଯ୍ୟୟ ମୁକାବିଲା କରିବାରେ ସାରା ଭାରତ ବର୍ଷରେ ଆମ ରାଜ୍ୟର ସୁନାମ ରହିଛି । ଜିଲ୍ଲା କରୁରୀ କାଳିନ ଅଧିକାରୀ ଶ୍ରୀ ଜେନା କହିଲେ ଯେ, ଜିଲ୍ଲା କାର୍ଯ୍ୟାଳୟରେ ଚଳିତ ମାସ ୧୫ ତାରିଖରୁ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ 24×7 ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଅଛି । ଏହା ପରେ ଜଳସେଚନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ, କୃଷି, ପ୍ରାଣୀ ଚିକିତ୍ସା, ଅଗ୍ନିଶମ, ଉଦ୍ୟାନକୃଷି,ମତ୍ସ୍ୟ,ଖାଦ୍ୟ ଯୋଗାଣ, ପରିବହନ , ଜଙ୍ଗଲ ଆଦି ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବିଷୟରେ
କହିଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମଧ୍ଯରେ ନିଶ୍ବାର୍ଥର ସଂପାଦକ ଶ୍ରୀ ଅରୁଣ ମହାନ୍ତି, ହାମସର ଶ୍ରୀ ବିଜୟ ମହାପାତ୍ର, ଶୋଭାର ସଂପାଦକ ଶ୍ରୀ ମାନସ କୁମାର ମହାପାତ୍ର ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଗୃହରେ ଉପସ୍ଥାପନ କରିଥିଲେ । ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Exit mobile version