Site icon Awaj Media

ବାଲୁଗାଁ ଶିବ ଜ୍ୟୋତି ଧାମ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର : ୬୫ ୟୁନିଟ ରକ୍ତ ସଂଗ୍ରହ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଥିବା ଶିବ ଜ୍ୟୋତି ଧାମ ପ୍ରଜାପତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ରୋଟାରୀ କ୍ଲବ ଭୁବନେଶ୍ୱର ଫ୍ଲାମିଙ୍ଗଗୋ , ଚିଲିକା ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଏବଂ ବାଲୁଗାଁ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ପ୍ରାୟ ୬୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରୋଟାରି କ୍ଲବ ଫ୍ଲାମିଙ୍ଗଗୋ ର ସଦସ୍ୟ ସେକ କୌଶର, ଟିମ ୪୯୯ ଓଡ଼ିଶାର ଜିଲ୍ଲା ସଭାପତି ରାକେଶ ସାହୁ, ସମାଜସେବୀ ଅନନ୍ତ ଚରଣ ଖଟେଇ ଓ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ସରିତା ଭଉଣୀ ଅତିଥି ଭାବେ ଯୋଗଦେଇଥିଲେ । ଆଜିର ସମାଜରେ ରକ୍ତଦାନ କରି ଆଉ ଏକ ଜୀବନ ବଞ୍ଚାଇବା ଏକ ମହା ପୂର୍ଣ୍ୟ କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ସଭା ପରିଶେଷରେ ବ୍ରହ୍ମାକୁମାରୀ ବିଦ୍ୟାଳୟର ପକ୍ଷରୁ ରାକେଶ ସାହୁ, ସେକ୍ କୌଶର ଓ ବରିଷ୍ଟ ସମାଜସେବୀ ଅନନ୍ତ ଚରଣ ଖଟେଇ ଙ୍କୁ ସମ୍ମାନିତ କରାଯିବ ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Exit mobile version