Site icon Awaj Media

ରଥଯାତରେ ସେବା ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ରଥଯାତ୍ରା ଉପଲକ୍ଷେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦୋଷ କୁମାର ନାଇକ ଙ୍କ ନିର୍ଦେଶ କ୍ରମେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ଼ସ, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ଼ସ, ପାରଳାଖେମୁଣ୍ଡି ତରଫରୁ ମହାରାଜାଙ୍କ ବାଳକ ବିଧ୍ୟାଳୟ ସମୁଖରେ ଏକ ସେବା ଶିବିର ଆୟୋଜନ କରାଯାଇଛି | ଏହି ସେବା ଶିବିର କୁ ଭାରପ୍ରାପ୍ତ ଆ. ଇ. ପି ସୁରେନ୍ଦ୍ର ପାତ୍ର ଓ ଜାଜପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ଶୁଭ ଆରମ୍ଭ କରି ରଥଯାତ୍ରା ଦେଖିବା ପାଇଁ ଆସିଥିବା ଭକ୍ତ ମାନଂକୁ ମିଠା ଖେଚୁଡ଼ି, ଜଳ ବଣ୍ଟନ ଓ ପାଣି ସ୍ପ୍ରେ କରିଥିଲେ | ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଡ଼ି. ଶ୍ରୀରାମ ମୂର୍ତ୍ତି, ୟ. ଧର୍ମା ରାଓ, ଖେଳ ଶିକ୍ଷକ ଧୀରେନ୍ଦ୍ର କୁମାର ସାମଲ,ରେଖା ରାଣୀ ଦେଓ, ତପସ୍ୱିନୀ ପଣ୍ଡା, ସଞ୍ଜୟ କୁମାର ପାତ୍ର ଡ଼ିଓସି, ସୁଦୀପ୍ତ କୁମାର ବାରିକ ଏସ. ଲକ୍ସମନ ରାଓ ଓ ଅନ୍ୟାନ ସ୍କାଉଟ ମାଷ୍ଟ୍ରରସ ଓ ଗାଇଡ଼ସ ପ୍ରମୁଖ ଏହି ସେବା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପରିଚାଳନା କରିଥିଲେ |ହାରା ପଞ୍ଚମୀ ଓ ବାହୁଡା଼ ଯାତ୍ରା ଦିନ ମଧ୍ୟ୍ୟ ଏହି ଭଳି ସେବା ଶିବିର ର ଆୟୋଜନ ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି |

Exit mobile version