ବାଙ୍କୀ ବିଜେପି କାର୍ଯ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜେପି କାର୍ଯ୍ୟାଳୟ ଠାରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଲୋକ ଓ କର୍ମୀ ଉପସ୍ଥିତ ଥିଲେ । ଯୋଗ ଗୁରୁ ବିପିନ ବିହାରୀ ସ୍ୱାଇଁ ଏହି ଯୋଗ ଶିବିର କୁ ଆସି ସମସ୍ତଙ୍କୁ ଯୋଗ ଶିକ୍ଷା ଦେବା ସହିତ ଦୈନନ୍ଦିନ ଜୀବନରେ ନିରୋଗ ରହିବା ପାଇଁ ଯୋଗ ର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ !

ଶରୀର ସୁସ୍ଥ ଓ ସତେଜ ରଖିବା ପାଇଁ ପ୍ରତ୍ୟହ ଅଧଘଣ୍ଟା ସମସ୍ତେ ଯୋଗ କରନ୍ତୁ ଏବଂ ଫିଟ୍ ରୁହନ୍ତୁ ବୋଲି ବାର୍ତ୍ତା ଦେଇଥିଲେ । ଅପରପକ୍ଷରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଏପରି ଶିବିର ଆଗକୁ ପ୍ରତ୍ୟେକ ଦିନ ଚାଲୁ ରହିବାର ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ ବାଙ୍କୀ ଅଞ୍ଚଳର କୁନି ଝିଅ ସାଇ ଶୁଭଶ୍ରୀ ସାହୁ ଉପସ୍ଥିତ ରହିଥିଲେ , ଯିଏକି ଖୁବ୍ କମ ବୟସରେ ମାତ୍ର ୮ ବର୍ଷ ବୟସରେ ଯୋଗ ଶିକ୍ଷା ମାଧ୍ୟମରେ ରାଜ୍ୟ ଏବଂ ରାଜ୍ୟ ବାହାରେ ନିଜର ପ୍ରତିଭା କୁ ଲୋକଲୋଚନକୁ ଆଣିବା ସହ ଅନେକ ସ୍ଥାନରେ ଯୋଗ ପ୍ରଦର୍ଶନ କରିଛନ୍ତି । ତେବେ ଆଜିର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଗୋଟିଏ ବାର୍ତ୍ତା ଯୋଗ କରନ୍ତୁ ନିଜେ ସୂସ୍ଥ ରହିବା ସହିତ ଅନ୍ୟକୁ ସୂସ୍ଥ ରହିବା ପାଇଁ ପରାମର୍ଶ ଦିଅନ୍ତୁ ।

 

 

Leave a Reply

Your email address will not be published. Required fields are marked *