Site icon Awaj Media

ସୁକିନ୍ଦାଗଡ଼ରେ ପାଳିତ ହେଲା ମହାପ୍ରଭୁଙ୍କ ନିଆରା ଘୋଷଯାତ୍ରା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡ଼ରେ ଆଜି ନିଆରା ବାସୀ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ସମ୍ମାନ ଦେଇ ଦୀର୍ଘବର୍ଷ ହେବ ତତ୍କାଳୀନ ରାଜା ଏହି ପରମ୍ପରା ଆରମ୍ଭ କରିଥିଲେ । ପୁରୀ ମନ୍ଦିର ବେଢାରେ ସୁକିନ୍ଦା ନାମଧାରୀ ଏକ ମନ୍ଦିର ରହିଥିବା ବେଳେ ତାହା ଗୋପୀନାଥ ମନ୍ଦିର ଭାବେ ପରିଚିତ l ପୁରୀର ଜଗନ୍ନାଥ ମନ୍ଦିର ସହିତ ସୁକିନ୍ଦାର ଏକ ଭାବାବେଗର ସମ୍ପର୍କ ରହିଥିବାରୁ ସୁକିନ୍ଦାରେ ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ l ଶ୍ରୀ ଗୁଣ୍ଡିଚା ଦିନ ତିନି ଠାକୁର ପହଣ୍ଡି ହୋଇ ରଥକୁ ଆସିବା ପରେ ଥରେ ରଥ ଟଣାଯାଇ ପରଦିନ ରଥ ସମ୍ପୂର୍ଣ୍ଣ ଟଣା ଯାଇଥାଏ । କାହିଁ କେଉଁଆଡୁ ଜଗା ଦର୍ଶନ ପାଇଁ ବ୍ୟାକୁଳ ହୋଇ ଆଜି ଛୁଟି ଆସିଥିଲେ ଶହ ଶହ ଶ୍ରଦ୍ଧାଳୁ l ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ପୂରକମ୍ପିତ ହୋଇ ଉଠୁଥିଲା ସମସ୍ତ ପରିବେଶ l ସୁକିନ୍ଦାଗଡ ରଥ ଟଣା ରାସ୍ତା ପାଲଟି ଯାଇଥିଲା ଜନ ସମୁଦ୍ର l ରଥ ଉପରେ ବିରାଜ ମାନ ହୋଇଥିଲେ ଜଗତର ନାଥ ଜଗନ୍ନାଥ, ଭଉଣୀ ଶୁଭଦ୍ରା, ଜ୍ୟୈଷ୍ଠ ଭ୍ରାତା ବଳଭଦ୍ର l ଯେମିତି ଲାଗୁଥିଲା ଭକ୍ତଙ୍କୁ ଚକା ଚକା ନୟନରେ ଦେଖି ମହା ପ୍ରଭୁଙ୍କ ଶ୍ରୀମୁଖ ହସୁଥିବା ବେଳେ ଭକ୍ତ ମାନେ ସାନିଧ୍ୟ ଲାଭ ପାଇଁ ହୋଇଥିଲେ ବ୍ୟାକୁଳ l ଆଜି ବାସି ଗୁଣ୍ଡିଚା ଯାତ୍ରାରେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ ରଥ ଟାଣିଥିଲେ । ସୁକିନ୍ଦା ରାଜାସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଛେରା ପହରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଉପଜିଲ୍ଲାପାଳ ଗପିନାଥ କୁଁଅର୍ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଲଭାରୀୟସ ତୋପଙ୍କ ଉପସ୍ଥିତରେ ସୁକିନ୍ଦା ଦେବୋତ୍ତର ବିଭାଗ ମୁଖ୍ୟ ତଥା ତହସିଲଦାର ଦମୟନ୍ତୀ ସାହୁଙ୍କ ତତ୍ଵାବଧାନରେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା, ଦମକଳ ବାହୀନି , ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଓଡ଼ିଶା ଡ୍ରାଇଭର ମହା ସଂଘ ପକ୍ଷରୁ ଆଜି ରଥଯାତ୍ରାରେ ସେବା ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ସୁକିନ୍ଦା ରଥା ଦାଣ୍ଡରେ ମିନାବଜାର ଓ ବିଭିନ୍ନ ଖାଇବା ଦୋକାନ,ବିଭିନ୍ନ ଦୋଳି ଯାତ୍ରାକୁ ସରସ ସୁନ୍ଦର କରିଥିବା ବେଳେ ଆଜି ପ୍ରବଳ ଜନ ଗହଳିରେ ମହା ଆଡ଼ମ୍ବରରେ ସୁକିନ୍ଦା ଗଡରେ ମହାପ୍ରଭୂଙ୍କ ଗୁଣ୍ଡିଚା ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l

Exit mobile version