Site icon Awaj Media

ଲୀଳା କ୍ଷେତ୍ର ବାଣପୁର ରେ ଗଡିଲା ଚରଣ ଚକାଦେବ ଓ ରଙ୍କନାଥ ଦେବଙ୍କ ତିନି ରଥ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମହା ମହିମ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ପ୍ରତ୍ୟେକ ବର୍ଷର ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପୁରା ଜଗତ ପାଳିଥାଏ ଏହି ଯାତ୍ରା । ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ଲୀଳାକ୍ଷେତ୍ର ଶ୍ରୀ ଶ୍ରୀ ରଙ୍କନାଥ ଦେବ ଏବଂ ପଲଟଣ ପଡିଆ ସ୍ଥିତ ଶ୍ରୀ ଚରଣ ଚକା ଦେବଙ୍କ ରଥ ବାଣପୁର ବଡ ଦାଣ୍ଡରେ ଶହ ଶହ ଭକ୍ତଙ୍କ ଗହଳିରେ ଆନନ୍ଦ ଉଲ୍ଲାସର ସହ ଗଡିବାରେ ଲାଗିଥିଲା । ତେବେ ମହାପ୍ରଭୁ ଶ୍ରୀ ରଙ୍କନାଥ ଦେବଙ୍କ ତିନି ରଥ ବାଣପୁର ବଡ ଦାଣ୍ଡ ରେ ଗଡୁଥିବା ବେଳେ ମା ସୁଭଦ୍ରାଙ୍କ ରଥକୁ ଶହ ଶହ ମହିଳା ଭକ୍ତ ମାନେ ଟାଣୁଥିବା ଦେଖିବାକୁ ମିଳିଥିଲା । ପ୍ରଭୂ ଶ୍ରୀଜଗନ୍ନଥ ଦେବଙ୍କ ରଥ ବାଣପୁର ବଡ ଦାଣ୍ଡରେ ଆନନ୍ଦ ଉଲ୍ଲାସର ସହ ଗଡି ଗଡି ଯାଇ ବିଷରପାଟଣା ସ୍ଥିତ ମା ଗୁଣ୍ଡିଚା ଦେବୀଙ୍କ ମନ୍ଦିର ଠାରେ ପହଞ୍ଚିଥିଲା । ପାରିକୁଦ ରାଜା ସନ୍ତୋଷ କୁମାର ମର୍ଦ୍ଦରାଜ ଶ୍ରୀ ରଙ୍କନାଥ ଦେବଙ୍କ ଛେରା ପହଁରା କରିବାପରେ ସନ୍ଧ୍ୟା ରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରଥକୁ ଭକ୍ତ ମାନେ ହରିବୋଲ ହୁଳହୁଳିର ଶହ ଟାଣି ନେଇ ଥିଲେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟକୁ ।।

Exit mobile version