Site icon Awaj Media

ହରିପୁର ଗ୍ରାମରେ ଜଙ୍ଗଲି ଗୋଧି କୁ ଗିଳିଲା ବିଷଧର ନାଗସାପ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ହରିପୁର ଗ୍ରାମରେ ଏକ ୫ ଫୁଟର ନାଗସାପ ଏକ ଜଙ୍ଗଲି ଗୋଧିକୁ ଗିଳି ଦେଇ ଫସି ରହିଥିଲା । ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି ଭୟଭୀତ ହୋଇ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ସୋମ୍ୟଜିତ୍ ବେହୂରାଙ୍କ ସହିତ ଯୋଗାଯୋଗ କରିଥିଲେ । ସୌମ୍ୟଜିତ୍ ସୂଚନା ପାଇ ତାଙ୍କ ସହଯୋଗୀ ମିହିର ପାତ୍ରଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ବିଷଧର ନାଗ ସାପ ପାଟିରୁ ଜଙ୍ଗଲି ଗୋଧିଟିକୁ ବାହାର କରିବା ପରେ ବିଷଧର ନାଗସାପ ଟିକୁ ଉଦ୍ଧାର କରିଥିଲେ ! ପରେ ସାପଟିକୁ ସୁକିନ୍ଦା ମହାଗିରି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିବା ଦେଖିବାକୁ ମିଳିଛି ।

Exit mobile version