Site icon Awaj Media

ଘଡୁଆଳ ଗ୍ରାମସ୍ଥିତ ଶ୍ରୀ କେଦାରେଶ୍ୱର ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନ୍ତରାଷ୍ଟ୍ରୀୟ ଯୋଗଦିବସ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନବମ ଅନ୍ତରାଷ୍ଟ୍ରୀୟ ଯୋଗଦିବସ ନୟାଗଡ ନିକଟସ୍ଥ ଘଡୁଆଳ ଗ୍ରାମସ୍ଥିତ ଶ୍ରୀ କେଦାରେଶ୍ୱର ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ପ୍ରହରୀ ମାଳତୀ ତ୍ରିପାଠୀ, ଉପସଭାପତି କୃଷ୍ଣମୋହନ ତ୍ରିପାଠୀ, ମହାମନ୍ତ୍ରୀ କମଳିନୀ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ଘଡୁଆଳ ଗ୍ରାମ ପଞ୍ଚାୟତର ସରପଞ୍ଚ ସଂଯୁକ୍ତାରାଣୀ ମହାପାତ୍ର ଦୀପ ପ୍ରଜ୍ବଳନ କରିଥିଲେ l ଯୋଗ କରିବା ଦ୍ବାରା କଣ ସବୁ ଉପକାର ହୋଇଥାଏ, ଭିନ୍ନ ଭିନ୍ନ ଯୋଗ କରିବା ଦ୍ୱାରା ଅନେକ ରୋଗରୁ କିଭଳି ଉପଶମ ମିଳିବ ଏହା ବିଷୟରେ ଆଲୋଚନାଚକ୍ର ହୋଇଥିଲା l ଗ୍ରାମର ଛୋଟରୁ ବଡ ପଯ୍ୟନ୍ତ ଯୋଗରେ ଅଂଶୀଦାର ହୋଇଥିଲେ l ଯୋଗ ସଂଗଠକ ଉପେନ୍ଦ୍ର ନନ୍ଦ ଙ୍କ ଦ୍ୱାରା ଯୋଗ କାର୍ଯ୍ୟକ୍ରମ ଟି ସମ୍ପାଦିତ ହୋଇଥିଲା l

 

Exit mobile version