Site icon Awaj Media

ଗୋଡ଼ିପାଟଣା ଗ୍ରାମରେ ବିଧାୟକଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିକାଶ ଓ ଉନ୍ନତି ମୂଳକ କାର୍ଯ୍ୟ ଆକାଶ ଛୁଆଁ ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଆଦର୍ଶରେ ପରିଣତ ହୋଇଛି । ବିଧାୟକ ଡ. ସାହୁଙ୍କ ଶାନ୍ତି ଓ ଉନ୍ନତି କୁ ବେଶ ଗୁରୁତ୍ୱ ଦେଇ ଆସିଛନ୍ତି । ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ପଞ୍ଚାୟତ ହରେକୃଷ୍ଣପୁର (ଗୋଡ଼ିପାଟଣା) ଗ୍ରାମକୁ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗସ୍ତ କରିଛନ୍ତି । ଗ୍ରାମରେ ଚାଲିଥିବା ବିଶ୍ୱଶାନ୍ତି ଯଜ୍ଞରେ ବିଧାୟକ ଯୋଗ ଦେଇଛନ୍ତି । ଗ୍ରାମବାସୀ ବିଧାୟକଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଗାଁ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ବିଧାୟକଙ୍କୁ ସ୍ୱାଗତ କରିଥିବା ବେଳେ ଗ୍ରାମର ଯୁବକଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଶୋଭାଯାତ୍ରାରେ ସାମିଲ ରହିଥିଲେ । ଗ୍ରାମର ମହିଳା ମାନେ ବିଧାୟକଙ୍କୁ ସ୍ୱାଗତ କରିବା ସହ ଗ୍ରାମର ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ବିକାଶ ଓ ସ୍ୱାବଲମ୍ବୀ କରିବା ପାଇଁ ଯୋଜନା ପ୍ରଣୟନ କରୁଥିବାରୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ଗାଁ ର ପ୍ରତିଟି ପରିବାର ବିଧାୟକଙ୍କ ସହ ରହିଥିବା ମହିଳା ମାନେ ଜୋର ଦେଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ବନିତା ନାୟକ, ପୂର୍ବତନ ସରପଞ୍ଚ ପ୍ରମୂଖ ସାମିଲ ହୋଇଥିବା ବେଳେ ଗ୍ରାମ ସଭାପତି ବିରେନ୍ଦ୍ର ମଲ୍ଲ, ରସାନନ୍ଦ ମଲ୍ଲ, ଯୋଗେନ୍ଦ୍ର ମଲ୍ଲ, ସୁଶା ମଲ୍ଲ, କାଳିଆ ମହାନ୍ତି, ସୁଶାନ୍ତ କୁମାର ମଲ୍ଲଙ୍କ ସହିତ ବହୁ ବିଜେଡି କର୍ମୀ ଓ ଭୋଟର ଉପସ୍ଥିତ ରହିଥିଲେ । ଗ୍ରାମବାସୀ ସଦାସର୍ବଦା ବିଜୁ ଜନତା ଦଳ ସହ ରହିଥିବା ଏବଂ ଆଗାମୀ ଦିନରେ ଦଳରେ ରହି ଗାଁ ର ବିକାଶରେ ଭାଗିଦାରୀ ହେବାକୁ ଲକ୍ଷ ରଖିଥିବା କହିଛନ୍ତି ।

Exit mobile version