Site icon Awaj Media

କୁବେର ଠୁ ବଳିଗଲେ ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ !!!

Spread the love

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପ୍ରଶାନ୍ତ କୁମାର ରାଉତ ଙ୍କ ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର କାନନବିହାର ସ୍ଥିତ ଏକ ଘର, ଭଦ୍ରକ ସ୍ଥିତ ବାସଭବନ ସମେତ 9 ଟି ସ୍ଥାନରେ ଭିଜିଲାନ୍ସ ବିଭାଗ 9 ଟି ଟିମ କରି ଚଢ଼ାଉ କରିଥିଲେ । ସୂଚନା ଅନୁସାରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଟ୍ରାକ ରେକର୍ଡ କିଛି ଭଲ ନାହିଁ, ସେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ବିଡ଼ିଓ ଥିବା ସମୟରେ 11 ଲକ୍ଷ ଟଙ୍କାର ଏକ କାର୍ଯ୍ୟର ପ୍ରଶାସନିକ ଅନୁମତି ଦେବା ପାଇଁ ଝିରିପାଣି ପ୍ରୋଜେକ୍ଟ ଅଫିସରଙ୍କ ଠାରୁ 1 ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ! 2012 ମସିହାରେ ଦାନଗଦି ବ୍ଲକରେ ବିଡ଼ିଓ ଥିବା ସମୟରେ 584 କୁଇଣ୍ଟାଲ ପିଡ଼ିଏସ ଚାଉଳ ହଡପ କରିଥିବା ନେଇ ଭିଜିଲାନ୍ସ ଚାର୍ଜସିଟ ମଧ୍ୟ ଫାଇଲ କରିଛି । ଆଜି ଜୟପୁର ଭିଜିଲାନ୍ସ ଟିମ ନବରଙ୍ଗପୁର ସହରର 3ଟି ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ,ଏ ସମ୍ପର୍କରେ ଏବେ କିଛି କହିବା ପାଇଁ ମନା କରିଦେଇଛି ଭିଜିଲାନ୍ସ ଟିମ ।

Exit mobile version