Site icon Awaj Media

ସାମ୍ବାଦିକଙ୍କୁ ସେବାୟତଙ୍କ ଦ୍ୱାରା ଆକ୍ରମଣ ପ୍ରତିବାଦରେ ଗଜପତି ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ସେବାୟତଙ୍କ ଦ୍ୱାରା ଆକ୍ରମଣ ପ୍ରତିବାଦରେ ଗଜପତି ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ପ୍ରେସ କ୍ଲବ ତରଫରୁ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୂଚନା ଥାଉକି ଗତ ମଙ୍ଗଳବାର ୨୦ ତାରିଖ ଦିନ ପୁରୀରେ ନ୍ୟୁଜ 7ର ଦୁଇ ଜଣ ସାମ୍ବାଦିକ ରଥଯାତ୍ରା ର ଖବର ସଂଗ୍ରହ ସମୟରେ ପୁରୀ ମନ୍ଦିର ସେବାୟତଙ୍କ କିଛି ମନମୁଖୀ କାରବାର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ପୁରୀ ବ୍ୟୁରୋ ଚିତ୍ତରଞ୍ଜନ ମହାନ୍ତି ଓ ପୁରୀ ପ୍ରତିନିଧି ଚନ୍ଦ୍ରଶେଖର ପାତ୍ର ଖବର ସଂଗ୍ରହ କରୁଥିବା ସମୟରେ ଦୁଇ ଜଣ ସେବାୟତ ହଠାତ ଉତକ୍ଷିପ୍ତ ହୋଇ ଖବର ସଂଗ୍ରହ କରୁଥିବା ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଗଜପତି ପ୍ରେସ କ୍ଲବ ଏହିପରି କାର୍ଯ୍ୟ କଳାପକୁ ଦୃଢ ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛି । ଗଜପତି ପ୍ରେସ କ୍ଲବ ର ସମସ୍ତ ସଦସ୍ୟ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ କୁମାର ଏବଂ ଗଜପତି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପାତ୍ର ପ୍ରଦାନ କରିଛନ୍ତି ।

Exit mobile version