Site icon Awaj Media

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସୁକିନ୍ଦା ଆଦର୍ଶ ବିଦ୍ୟାଳୟର ନୂତନ ହଷ୍ଟେଲ ଗୃହ ଉଦଘାଟିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଆଦର୍ଶ ବିଦ୍ୟାଳୟର ନବ ନିର୍ମିତ ବାଳିକା ହଷ୍ଟେଲ ଗୃହ ଶନିବାର ଦିନ ଉଦଘାଟିତ ହୋଇଯାଇଛି । ଓଡ଼ିଶାରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଲୋକାର୍ପିତ କରିଛନ୍ତି । ସୁକିନ୍ଦା ବ୍ଲକର ମାଧାପୂର ଠାରେ ଥିବା ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବାଳିକା ମାନଙ୍କ ନିମନ୍ତେ ନିର୍ମିତ ୧୦୦ ବେଡ ବିଶିଷ୍ଟ ଏହି ହଷ୍ଟେଲର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨ କୋଟି ୨ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା । ରାଜ୍ୟ ସରକାରଙ୍କ ଆର ଆଣ୍ଡ ବି ବିଭାଗ ପକ୍ଷରୁ ଏହି କାର୍ଯ୍ୟର ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ସଂପୃକ୍ତ ଠିକାଦାର ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଶନିବାର ଦିନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଅଧକ୍ଷ ନିର୍ମଳ ଚନ୍ଦ୍ର ମଲିକ ଗୃହ ପ୍ରବେଶ କରିଥିଲେ ।

Exit mobile version