Site icon Awaj Media

ବର୍ଷାଦିନ ଆରମ୍ଭରୁ ବିରଳ ଗେଣ୍ଡାଳିଆଙ୍କ ଆଗମନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ପରିସର ଗେଣ୍ଡାଳିଆଙ୍କ ପାଇଁ ସୁରକ୍ଷିତ ସ୍ଥାନ । ଯେଉଁଥି ପାଇଁ ଦୀର୍ଘ ବର୍ଷ ଧରି ଏହି ସ୍ଥାନକୁ ସୁରକ୍ଷିତ ସ୍ଥାନ ଭାବି ସେଠାରେ ରହିଥାନ୍ତି ଗେଣ୍ଡାଳିଆ । କିନ୍ତୁ ବର୍ଷା ଦିନ ଆରମ୍ଭରୁ ଶହ ଶହ ଗେଣ୍ଡାଳିଆ ଏହି ସ୍ଥାନରେ ପହଞ୍ଚିବା ଦେଖିବାକୁ ମିଳିଛି । ଅନ୍ୟ ସ୍ଥାନରେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ଥାନା ପରିସରରେ ସେମାନେ ନିର୍ଦ୍ଵନ୍ଦରେ ରହୁଥିବା କାରଣରୁ ଶହ ଶହ ଗେଣ୍ଡାଳିଆ ଏଠାକୁ ଆସୁଥିବା ଦେଖିବାକୁ ମିଳିଥାଏ । ବର୍ଷା ଋତୁ ସେମାନଙ୍କର ପ୍ରଜନନ ସମୟ ହୋଇଥିବାରୁ ସେମାନଙ୍କ ଶାବକ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପକ୍ଷୀ ମାନେ ସାଧାରଣତଃ ସୁରକ୍ଷିତ ସ୍ଥାନ ଅନୁସନ୍ଧାନ କରନ୍ତି । ସେଥିପାଇଁ ପ୍ରତ୍ୟେକ ବର୍ଷ ଜୁନ ମାସ ଆରମ୍ଭରୁ ସେମାନେ ଏହି ସ୍ଥାନକୁ ଆସନ୍ତି ଓ ଛଅ ମାସ ଭିତରେ ସେମାନଙ୍କ ଶାବକ ଉଡ଼ିବା ଆରମ୍ଭ କଲେ ସେମାନେ ଶାବକକୁ ନେଇ ଚାଲି ଯାଆନ୍ତି । ଦୀର୍ଘବର୍ଷ ଧରି ଏହି ଘଟଣା ଲାଗି ରହିଥିବା ବେଳେ ବର୍ଷକୁ ବର୍ଷ ଏଠାକୁ ଆସୁଥିବା ପକ୍ଷୀଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି ।

Exit mobile version