Site icon Awaj Media

ହେମେନ୍ଦ୍ର ସେନା ନୟାଗଡ ତରଫରୁ ଦିଆଯାଇଥିବା ଦାବି ଗୁଡିକ ଉପରେ ଆଲୋଚନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ହେମେନ୍ଦ୍ର ସେନା ନଯାଗଡର ସାଧାରଣ ସମ୍ପାଦକ ଶେଖ ଅବଦୁଲ ଆହାଦଙ୍କ ନେତୃତ୍ଵରେ ଏକ ୬ ଜଣିଆ ପ୍ରତିନିଧି ମଣ୍ଡଳ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, TPCODL, ନୟାଗଡ଼ ଡିଭିଜନଙ୍କ ସହ ଦେଖାହୋଇ ହେମେନ୍ଦ୍ର ସେନା ନୟାଗଡ ତରଫରୁ ଦିଆଯାଇଥିବା ଦାବିଗୁଡିକ ଉପରେ ଆଲୋଚନା କରିଥିଲେ ! ନୟାଗଡରେ ଆଉ ଏକ ଗ୍ରୀଡ ଷ୍ଟେସନର ସ୍ଥାପନା ଟିପିସିଓଡ଼ିଏଲ ଅଧୀନରେ ଆସୁନାହିଁ ବରଂ ଓପିଟିସିଏଲ, ଓଡିଶା ଅଧୀନରେ ରହିଅଛି । ଭୂତଳ କେବୁଲ ବ୍ୟବସ୍ଥା ମଧ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ନଥିବାରୁ ଏହା ବିଷୟରେ ସେ ଉପରିସ୍ଥ ଅଧିକାରୀ ସୁପେରିଟେଣ୍ଡେଣ୍ଟ ଇଞ୍ଜିନିୟର, ଭୁବନେଶ୍ଵରଙ୍କୁ ଜଣାଇଛନ୍ତି । ବିଦ୍ୟୁତ ପରିଚାଳନା ତ୍ରୁଟି ନୁହେଁ ଏହା ବରଂ କାଳବୈଶାଖୀ ଓ ଓଭରଲୋଡ ଯୋଗୁଁ ବିଦ୍ୟୁତ ଯୋଗାଣରେ ଅସୁବିଧା ହେଉଅଛି । ସଂଗଠନର ଦାବି ଅନୁଯାୟୀ ନୟାଗଡରେ ଆଉ ଏକ ସବଷ୍ଟେସନ ନିର୍ମାଣ ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଅଛି । ପ୍ରିପେଡ ମିଟର କୌଣସି ସାଧାରଣ ଉପୋଭୋକ୍ତାଙ୍କ ନିମନ୍ତେ ବର୍ତ୍ତମାନ ସୁଦ୍ଧା ଲାଗୁ କରା ଯାଇନାହିଁ । ନୟାଗଡ ଜିଲ୍ଲା ବିଜୁଳି ଉପୋଭୋକ୍ତା ନିମନ୍ତେ ସ୍ଵତନ୍ତ୍ର ଅଭିଯୋଗ ନମ୍ବର ଉପରେ ଆଲୋଚନାରେ କହିଥିଲେ କି ପୁରୁଣା ବିଜୁଳି ଅଭିଯୋଗ ପ୍ରକୋଷ୍ଠକୁ ଟିପିସିଓଡ଼ିଏଲ, ନୟାଗଡ଼କୁ ଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଅଛି ଓ ଜିଲ୍ଲାପାଳ ଏହି ଗୃହକୁ ଯଥାଶୀଘ୍ର ମରାମତି କରି ଯୋଗାଇଦେଲେ ଏଠାରେ ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ ଚାଲୁ ହୋଇଯିବ । ନୟାଗଡ ଡିଭିଜନରେ କର୍ମଚାରୀ (ଲାଇନମ୍ୟ।ନ) ଅଭାବ ରହିଅଛି ଯାହାକୁ ନେଇ ଅସୁବିଧା ହେଉଛି ଟିପିସିଓଡ଼ିଏଲ ଏବେ ନିଯୁକ୍ତି ପାଇଁ ବିଜ୍ଞପ୍ତି କାଢିଅଛି ପିଲା ମଧ୍ୟ ଆବେଦନ କରିଛନ୍ତି ଯେତେ ଶୀଘ୍ର ସେମାନେ ନିଯୁକ୍ତି ପାଇଗଲେ କର୍ମଚାରୀ ଅଭାବ କିଛି ମାତ୍ରାରେ ଦୂର ହୋଇ ପାରିବ । ଆଲୋଚନା ପରେ ସେନା ତରଫରୁ ଓପିଟିସିଏଲ, ଓଡିଶାକୁ ଏକ ଗ୍ରୀଡ ପାଇଁ ଚିଠି କରାଯିବା ସହ ନୟାଗଡରେ ଆଉ ଏକ ସବ ଷ୍ଟେସନ ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯଥାଶୀଘ୍ର ଦସ୍ତଖତ ସମ୍ବଳିତ ଚିଠି ପ୍ରଦାନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ଏହି ପ୍ରତିନିଧି ମଣ୍ଡଳରେ ସିନ୍ଦୁରିଆ ସରପଞ୍ଚ ପ୍ରମୋଦ କୁମାର ବେହେରା, ସୂର୍ଯ୍ୟମଣି ବେହେରା, ମଲ୍ଲିକ ମହମ୍ମଦ ମୁବସିର, ପ୍ରତାପ ଚନ୍ଦ୍ର ନାୟକ, ଶେଖ ନୁରୂଲ ଅମିନ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version