Site icon Awaj Media

ପବିତ୍ର ରଥଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ରଥଯାତ୍ରା ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବାହୁଡ଼ା ଯାତ୍ରା ସନ୍ଧ୍ୟାରେ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜନସାଧାରଣ ଭରପୁର ଉପଭୋଗ କରିଥିଲେ l ଚଳିତ ରଥଯାତ୍ରାରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଲୋକମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ସେମାନଙ୍କ ମନୋରଞ୍ଜନ ପାଇଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା l ଏହି ଆଠଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ପ୍ରତି ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର, ଗଜପତି କଳାପରିଷଦ, ନଟରାଜ ନୃତ୍ୟ ଅନୁଷ୍ଠାନ, ମିରାକଲ୍ ନୃତ୍ୟ ଅନୁଷ୍ଠାନ, ଭକ୍ତି ତରଙ୍ଗ ଅନୁଷ୍ଠାନ ଓ ପଦାମୃତ ନୃତ୍ୟାୟନ ପ୍ରଭୃତି ପରିବେଷଣ କରା ଯାଇଥିଲା l ସେହିଭଳି ବାହୁଡା ଯାତ୍ରା ଦିନ ଶେଷ ସନ୍ଧ୍ୟାରେ ଭକ୍ତି ସଂଗୀତ ସଂସଦ ପାରଳାଖେମୁଣ୍ଡି କଳାକାର ମାନେ ଆସି ସଂଗୀତ ପରିବେଷଣ କରିଥିଲେ l ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶ୍ରଦ୍ଧାଳୁ ଲୋକମାନେ ରାତି ୧୦ ଟା ସମୟ ପର୍ଯ୍ୟନ୍ତ ଉପଭୋଗ କରିବା ସହ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ନେଇ ଖୁସି ବ୍ୟକ୍ତ କରିଥିଲେ l ଏହି ସାଂସ୍କୃତିକ ଶେଷ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ସମେତ ଭକ୍ତି ସଙ୍ଗୀତ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ରଥ, ଗୁରୁ ରଘୁନାଥ ପାତ୍ର ଅନୁଷ୍ଠାନର ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version