Site icon Awaj Media

ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ରେ ସ୍ଥାନୀୟ ବିଜୁ ମହତାବ ସ୍ୱଚ୍ଛାସେଵୀ ସଙ୍ଘଠନ ଆନୁକୁଲ୍ୟରେ ମହାବିଦ୍ୟାଳୟ ର ସଭା ଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ! ମହାବିଦ୍ୟାଳୟ ଅଧକ୍ଷ ଶ୍ରାଯୁକ୍ତ ଅଭିମନ୍ୟୁ ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ୨୦୨୩ ମସିହା +୨ ବିଜ୍ଞାନ ଓ କଳା ବିଭାଗରେ କୃତିତ୍ୱ ର ସହ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉପଢୌକନ ପ୍ରଶଂସା ପତ୍ର ଓ ମାନପତ୍ର ସହ ସମ୍ବର୍ଦ୍ଧତ କରାଯାଇଥିଲା ! ଉକ୍ତ ଉତ୍ସବରେ ମହାବିଦ୍ୟାଳୟ ରେ ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜପ୍ରତି ସମ୍ବେଦନଶିଳ ହେବ ସଙ୍ଗେ ସଙ୍ଗେ ଅଙ୍ଗିକାର ବଦ୍ଧତା ସହ ଜୀବନ ଗଠନ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ! ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ରେ ଶ୍ରୀ ରାକେଶ କୁମାର ଡମ୍ବଲ, ଦ୍ୱିତୀୟ ସ୍ଥାନ ରେ ସିଦ୍ଧାନ୍ତ ବେହେରା ତୃତୀୟ ସ୍ଥାନ ରେ ସୋମ୍ୟରଞ୍ଜନ ସାହୁ ଏବଂ କଳା ବିଭାଗରେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା ରୁଦ୍ରପ୍ରସଦ ନାୟକ ,ସୁଜାତା ସାହୁ, ବର୍ଷାରାଣୀ ମୁଦୁଲି ଓ ବର୍ଷାରାଣୀ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ସ୍ଥାନୀୟ ମହତାବ ସ୍ୱଚ୍ଛାସେଵୀ ସଙ୍ଘଠନ ର ସଭାପତି ଶ୍ରୀଯୁକ୍ତ ଭାଗିରଥି ବାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ! ଷ୍ଟାଫ କାଉନସିଲ ର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ର ଙ୍କ ସଂଯୋଜନା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ ଙ୍କ ସହଯୋଗରେ ଉତ୍ସବ ଟି ସଫଳ ହୋଇଥିଲା !

Exit mobile version