ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୁସଲମାନ ସମ୍ପ୍ରଦାୟ ପାଇଁ ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା ! ରମଜାନ ମାସ ଶେଷ ହେବାର ୭୦ ଦିନ ପରେ ଏହି ବକ୍ରୀ ଇଦ୍ ପାଳନ କରାଯାଏ । ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି । ଇଦ୍ ପାଇଁ ଘରେ ଘରେ ଜୋରଦାର ପ୍ରସ୍ତୁତି ଚାଲିଥାଏ । ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ଲାଛା, ସର୍ବତ, ବିରିୟାନୀ ଓ ହାଲୱାରେ ମହକୁଥାଏ ସମ୍ପୂର୍ଣ୍ଣ ପରିବେଶ । ବଳିଦାନ ଓ ସ୍ୱାର୍ଥତ୍ୟାଗର ଅନନ୍ୟ ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’ । ଅନ୍ତର ର ସମସ୍ତ ଲୋଭ ଓ ସ୍ୱାର୍ଥକୁ ବଳି ଦେଇ ଈଶ୍ୱର ଭକ୍ତିରେ ଲୀନ ହୋଇଯିବାର ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’ । ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନ ମାନେ ଏହି ପର୍ବ ପାଳନ କରିଥାନ୍ତି । ଏହି ଅବସରରେ ବିଭିନ୍ନ ମସଜିଦ୍ ମାନଙ୍କରେ ନମାଜ ପାଠ କରିଛନ୍ତି ମୁସଲମାନ ସମ୍ପ୍ରଦାୟ । ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନ ମାନେ ଏହି ପର୍ବ ପାଳନ କରିଥାଆନ୍ତି । ସେହି ବଳିଦାନକୁ ମନେପକାଇ କୁରୁବାନୀ ମଧ୍ୟ ଦିଆଯାଏ । ତ୍ୟାଗ ଓ ବଳିଦାନର ଏହି ପର୍ବ ରେ ଚଳଚଞ୍ଚଳ ସାରା ଦେଶର ବିଭିନ୍ନ ମସଜିଦ । ବକ୍ରିଇଦ ଭାବେ ମଧ୍ୟ ଏହା ଜଣାଶୁଣା । ଏହି ଅବସରରେ ହିଂସା , ଘୃଣା, ଅହଂକାର ଭେଦଭାବ ଭୁଲି ସମସ୍ତେ ମିଳିମିଶି ରହିବା ପାଇଁ ବାର୍ତ୍ତା ଦିଆଯାଇଛି ।
ମୁସଲମାନ ସମ୍ପ୍ରଦାୟ ପାଇଁ ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା !!!

