Site icon Awaj Media

ଶ୍ରୀବିଗ୍ରହଙ୍କ ସଂଧ୍ୟା ଆଳତୀ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ !!!

Spread the love

ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପବିତ୍ର ଘୋଷଯାତ୍ରା ରେ ଖଣ୍ଡପଡ଼ା ସହର ରେ ବିଗ୍ରହ ମାନେ ଷୋଡ଼ଶ ଉପଚାରରେ ପୂଜା ପାଉଛନ୍ତି । ସଂଧ୍ୟାରେ ବିଗ୍ରହ ମାନଙ୍କ ସଂନ୍ଧ୍ୟା ଆଳତୀ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ବିଗ୍ରହମାନେ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସଂନ୍ଧ୍ୟା ଆଳତୀ ସମୟରେ ବିଗ୍ରହ ମାନଙ୍କ ନିକଟରେ ଲାଗି କରାଯାଇଥିବା ଭୋଗକୁ ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା । ନ ଦିନର ଯାତ୍ରା ପରେ ବିଗ୍ରହମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରଦ୍ଧାଳୁଙ୍କ ସମାଗମ ବଢ଼ିବାରେ ଲାଗିଛି ! ସେହିପରି ଖଳିସାହି, ମର୍ଦ୍ଦରାଜପୁର ଓ କୁମ୍ଭାରପଡ଼ା ଠାରେ ମଧ୍ୟ ଅନୁରୂପ ଭାବେ ବିଗ୍ରହମାନଙ୍କ ସଂନ୍ଧ୍ୟା ଆଳତୀ ସହ ଦେବନୀତି ପାରମ୍ପରିକ ପ୍ରଥାନୁଯାୟୀ ଅନୁଷ୍ଠିତ ହେଉଅଛି ।

Exit mobile version