Site icon Awaj Media

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ରଘୁନାଥ ପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁରୁ ଶ୍ରୀ ରଘୁନାଥ ପାତ୍ର , ଭୂଗୋଳ ବିଭାଗର ବରିଷ୍ଠ ପ୍ରଶିକ୍ଷକ ଭାବେ ଦୀର୍ଘ ଦିନ ଧରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ୩୦-୬-୨୦୨୩ ତାରିଖରେ ଚାକିରି ଭଳି କର୍ମମୟ କ୍ଷେତ୍ରରୁ ଅବସର ନେଇଛନ୍ତି । ସେ ଶିକ୍ଷକତାକୁ ଜୀବନର ପରମ ବ୍ରତ ରୂପେ ଗ୍ରହଣ କରି ଶିକ୍ଷାର୍ଥୀ ମାନଙ୍କୁ ସଠିକ ମାର୍ଗଦର୍ଶନ କରି ଆସୁଥିଲେ । ଜୀବନର ମୂଲ୍ୟବୋଧ ଆଦର୍ଶ ଓ ସଦାଚାର ତଥା ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ସମାଜରେ ବିରଳ । ତାଙ୍କ ସରଳ ଶିକ୍ଷାଦାନ ପଦ୍ଧତି , ମଧୁର ବ୍ୟବହାର , ଶିକ୍ଷାର୍ଥୀ ମାନଙ୍କୁ ବହୁଳ ଭାବରେ ପ୍ରଭାବିତ କରିଛି ! ଶିକ୍ଷାଦାନ ସହିତ ସେଥିଲେ ଜଣେ ପ୍ରଚଣ୍ଡ ସଂଗୀତ ପ୍ରତିଭାର ଅଧିକାରୀ , ଯେଉଁଥିପାଇଁ ସେ ରାଜ୍ୟ ଓ ରାଜ୍ୟ ବାହାରେ ବହୁତ ପୁରଷ୍କାର ଓ ଉପାଧି ପାଇଛନ୍ତି । ୨୦୨୦ ମସିହାରେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରଷ୍କାର ପାଇ ଓଡିଶା ସଂଗୀତ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଏହି ମହିଳା ଶିକ୍ଷାନୁଷ୍ଠାନରେ ଶିକ୍ଷା , କଳା , ନାଟକ , ସଂଗୀତର ବିକାଶ କରିବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଏହି ବିଦାୟ କାଳୀନ ସଭାରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ , ବରିଷ୍ଠ ପ୍ରାଧ୍ୟାପକ ଡ଼.ମନଶ୍ବିନୀ ଦାଶ , ଅଧ୍ୟାପକ ଡ଼. ମହେନ୍ଦ୍ର ରାଇତ , ଡ଼. ନୃସିଂହ ପାଣିଗ୍ରାହୀ , ଡ଼. ବାଗ୍ନି ରଞ୍ଜନ ପ୍ରମୁଖ ଗୁରୁ ରଘୁନାଥ ପାତ୍ରଙ୍କ ସଦଗୁଣ ବର୍ଣ୍ଣନା କରିଥିଲେ । ଅଧ୍ୟାପିକା ସଂଯୁକ୍ତା ପାତ୍ର ମାନପତ୍ର ପଠନ କରିଥିଲେ ଏବଂ ଇତିହାସ ଅଧ୍ୟାପକ ଡ଼ .ନୃସିଂହ ପ୍ରସାଦ ପାଣିଗ୍ରାହୀ ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version