Site icon Awaj Media

ମାଣିକପୁର ଠାରେ ସଡ଼କ ଦୁର୍ଘଟଣା : ଜଣେ ମୃତ ଦୁଇ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯାହା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି । ସୂଚନା ମୁତାବକ ଆଜି ମଧ୍ୟାହ୍ନ ରେ ବାଣପୁର ପ୍ରତାପ ଗ୍ରାମର ଦୁଇ ଯୁବକ ଆପାଚି ବାଇକ ଯୋଗେ ମାଣିକପୁର ଗ୍ରାମରୁ ପ୍ରତାପ ଅଭିମୁଖେ ଯାଉଥିବା ବେଳେ ପ୍ରତାପ ଗ୍ରାମର କୈଳାସ ସ୍ୱାଇଁଙ୍କ ପୁଅ କାଁହୁଚରଣ ସ୍ୱାଇଁ (୨୮) ଏକ ହିରୋହୋଣ୍ଡା ବାଇକରେ ବାଣପୁର ଅଭିମୁଖେ ଆସୁଥିଲେ । ମାଣିକପୁର ସ୍କୁଲ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ କାଁହୁଚରଣ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦୁଇ ଯୁବକ ହେଲେ କାଳିଆ ବେହେରାଙ୍କ ପୁଅ ଶିବୁନ ବେହେରା (୧୭) ଏବଂ ହୁଲାସ ବାରିକଙ୍କ ପୁଅ ନିବାସୀ ବାରିକ (୨୧) । ଉଭୟ ଗୁରୁତର ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୁବନେଶ୍ୱର ଏମ୍ସ ମେଡିକାଲ ସ୍ଥାନାନ୍ତରିତ କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version