ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଘଟଣ ! ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟ ହୋଇଥିବା ଜଣା ପଡ଼ିଛି । ଖବର ମୁତାବକ ବାଲୁଗାଁ ନିକଟସ୍ଥ ସାମନ୍ତରାୟ ପୁର ସହିଦ ନଗର ବାସିନ୍ଦା ବାପୁ ପଣ୍ଡା ଙ୍କ ଧର୍ମ ପତ୍ନୀ ଟିକିନି ପଣ୍ଡା (୩୫) ଗ୍ରାମରେ ଥିବା ମଙ୍ଗେଇ ପୋଖରୀ କୁ ଆଜି ଭୋର ଚାରିଟା ସମୟରେ ଶୌଚ ହେବା ଯାଇଥିଲେ । ଟିକିନି ଶୌଚ ହେବା ସମୟରେ ତାଙ୍କର ଗୋଡ ଖସି ଯାଇଥିଲା । ଯାହା ଫଳରେ ଟିକିନି ପୋଖରୀ ମଧ୍ୟରେ ବୁଡ଼ି ଯାଇଥିଲେ । ସେଠାରେ ଅନ୍ୟ ଏକ ମହିଳା ତାଙ୍କୁ ଦେଖି ଗ୍ରାମରେ କିଛି ବ୍ୟକ୍ତିଙ୍କୁ ଡାକିଥିଲେ , କିନ୍ତୁ ଗ୍ରାମର କିଛି ଲୋକ ଆସିବାର ବିଳମ୍ବ ହେବାରୁ ମହିଳା ଜଣକ ବୁଡ଼ିଯାଇ ପୋଖରୀ ମଧ୍ୟରେ ନିଖାଜ ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ବାଲୁଗାଁ ଦମକଳ ବାହିନୀ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାଲୁଗାଁ ଦମକଳ ବାହିନୀ ପହଞ୍ଚି ପୋଖରୀରୁ ବହୁ ଖୋଜା ଖୋଜି କରିବା ପରେ ମହିଳା ଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରିବା ସହିତ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ! ସେଠାରେ ଡାକ୍ତର ମହିଳା ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ବାଲୁଗାଁ ମଙ୍ଗେଇ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀ ରେ ବୁଡି ମହିଳା ମୃତ !!!

