Site icon Awaj Media

ୱାର୍ଲଡ଼ ମାଇକ୍ରୋ ସେଲ ପାଥୀ ଦିବସ ପାଳିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ” ୱାର୍ଲଡ଼ ମାଇକ୍ରୋ ସେଲ ପାଥୀ ଦିବସ ” ଅବସରରେ ହୋଟେଲ ଚଣ୍ଡିଆ ପ୍ୟାଲେସ ଠାରେ ଏହାର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ପ୍ରଶାନ୍ତ କୁମାର ଦାସ ମାଇକ୍ରୋ ସେଲ ପାଥୀର ଉଦ୍ଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମାଇକ୍ରୋସେଲ ପାଥୀ ରିସର୍ଚ୍ଚ ଓ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ନୂତନ ଭାବେ ସମ୍ପୂର୍ଣ୍ଣ ଆୟୁର୍ବେଦ ଓ ଚେର ମୂଳିରେ ପ୍ରସ୍ତୁତ ଏହି ଔଷଧ କ୍ୟାନ୍ସର, ଲିଭର ଡ୍ୟାମେଜ , ହୃଦରୋଗ ଭଳି ଅନେକ ଦୁରାରୋଗ୍ୟ ରୋଗକୁ ଏହା ଭଲ କରିପାରିବ ବୋଲି ପ୍ରଫେସର ପି.କେ. ଦାସ ଦାବି କରିଛନ୍ତି । ଦୀର୍ଘ ୬ ବର୍ଷର ଅକ୍ଲାନ୍ତ ପରିଶ୍ରମ ବଳରେ ସେ ଏହାକୁ ପ୍ରସ୍ତୁତ କରିବାରେ ସଫଳ ହୋଇ ପାରିଛନ୍ତି ।୨୦୨୦ ମସିହା ପରଠାରୁ ଏହା ଧୀରେ ଧୀରେ ଲୋକ ଲୋଚନକୁ ଆସି ପାରିଛି । ଦୀର୍ଘ ବର୍ଷ ଧରି ପୀଡିତ ଥିବା ରୋଗୀମାନେ ଏହି ଔଷଧ ଖାଇବା ଦ୍ୱାରା ଖୁବ କମ ସମୟ ମଧ୍ୟରେ ଆରୋଗ୍ୟ ଲାଭ କରି ପାରୁଛନ୍ତି ବୋଲି ଡକ୍ଟର ପିକେ ଦାସ କହିଛନ୍ତି । ସରକାରଙ୍କ ଅନୁମୋଦନ ପାଇ ଏହା କାର୍ଯ୍ୟ କରୁଅଛି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ସମେତ ସାରା ଭାରତ ବର୍ଷରେ ଆୟୁର୍ବେଦିକ ଷ୍ଟୋର ମାନ ରହିଛି ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିପାରିଛି । ଖୁବ ଶୀଘ୍ର ଏହାର ଡେଭଲପମେଣ୍ଟ ହେବା ସହ ଘରେ ଘରେ କିଭଳି ଭାବେ ପ୍ରସ୍ତୁତ ଔଷଧ ପହଞ୍ଚି ପାରିବ ସେଦିଗରେ ସଂସ୍ଥା କାର୍ଯ୍ୟ କରୁଛି ବୋଲି ପ୍ରଫେସର ପିକେ ଦାସ ସୂଚନା ଦେଇଛନ୍ତି ।

Exit mobile version