ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଆଁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ! କାର୍ଯ୍ୟକ୍ରମରେ ଯୋଗଦେଲେ ବିଭାଗୀୟ ମନ୍ତ୍ରୀ ! ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଅବକାରୀ ବିଭାଗ ର ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ରଙ୍କ ଦ୍ୱାରା ବାଙ୍କୀ ବାଆଁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ଶତାଧିକ ସ୍ଥାନୀୟ ଅଧିବାସୀ ଯୋଡି ହୋଇଥିଲେ ! ପଂଚାୟତ ର ବିକାଶ ଓ ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ଜୀବନୀ କୁ ନେଇ ଏବେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ! ଉକ୍ତ ସଭା ରେ ସଭାପତିତ୍ୱ କରିଥିଲେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ! ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ , ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ଏବଂ ଜିଲ୍ଲା ପରିଷଦ ଆଶିଷ କୁମାର ସାହୁ ! ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ଫକୀର ମୋହନ ଙ୍କ ଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର !
ବାଆଁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ୟାସ କବି ଫକୀର ମୋହନ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ !!!

