ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ପରିସରରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏସିଏଫ୍ ପ୍ରଦୀପ କୁମାର ସେଠି, ରେଞ୍ଜର ବନରାମ ପ୍ରସାଦ ନନ୍ଦ, ଫରେଷ୍ଟର ଜିତେନ୍ଦ୍ର କୁମାର ନାୟକ ଓ ବନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା, ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସମେତ ଏନ୍ ସି ସି, ସ୍କାଉଟ ଓ ଗାଇଡ଼ ର ଛାତ୍ରଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରି ବୃକ୍ଷ ରୋପଣ କରିଥିଲେ । ଏତଦ୍ ବ୍ୟତୀତ ପରିବେଶ ପାଇଁ ବୃକ୍ଷ ରୋପଣ ଏକ ମାତ୍ର ବିକଳ୍ପ ବ୍ୟବସ୍ଥା ବୋଲି ସମସ୍ତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଯେ କୌଣସି ଖୋଲା ଜାଗା, ପଡ଼ିଆ, ରାସ୍ତାକଡ ଓ ବାରି ବଗିଚାରେ ବୃକ୍ଷ ରୋପଣ କରି ପ୍ରଦୂଷିତ ପରିବେଶ ଓ ଗ୍ଲୋବାଲ ୱାର୍ମିଂ ରୁ ମାନବ ସମାଜକୁ ରକ୍ଷା କରିବା ନିମନ୍ତେ ପ୍ରବର୍ତ୍ତାଇ ଥିଲେ । ଜୁଲାଇ ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବନ ମହୋତ୍ସବରେ ବନ ବିଭାଗ ତରଫରୁ ଏକ ଟଙ୍କାରେ ଚାରା ବଣ୍ଟନ କରାଯାଉଥିବା ବେଳେ ଏହାକୁ ସମସ୍ତେ କାର୍ଯ୍ୟକାରୀ ହେବାକୁ ଉଦ୍ୟମ ଅବ୍ୟାହତ ରଖିବା ନିହାତି ଆବଶ୍ୟକ । ବୃକ୍ଷ ହିଁ ଜୀବନ । ଗୋଟିଏ ଗଛ ଗୋଟିଏ ଜୀବନ ।
ବାଲୁଗାଁ ମହାବିଦ୍ୟାଳୟ ପରିସରରେ ୭୪ ତମ ବନ ମହୋତ୍ସବ ପାଳିତ !!!

