Site icon Awaj Media

ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ମାରାଥନ ଜନସଂପର୍କ  ପଦଯାତ୍ରା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଟକ ଜିଲ୍ଲା ବାଙ୍କୀ ଡମପଡା ଅନ୍ତର୍ଗତ ନରଗାଙ୍ଗ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନର ୯ ବର୍ଷ ଉପଲକ୍ଷେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ପହଞ୍ଚାଇ ଜନସାଧାରଣଙ୍କୁ ବୁଝାଇବା ଅବସରରେ ରାଜ୍ୟ କୃଷକମୋର୍ଚ୍ଚା କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ମାରାଥନ ପଦଯାତ୍ରାରେ ଶତାଧିକ ସଂଖ୍ୟାରେ ମହିଳା, ପୁରୁଷ ଓ ଯୁବକମାନେ ସାମିଲ୍ ହୋଇଥିଲେ । ଶ୍ରୀ ଚକ୍ରବର୍ତ୍ତୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନା ଗୁଡିକ କିଭଳି ଗରିବ ଲୋକମାନଙ୍କ ପାଖରେ ପହଞ୍ଚି ତାହା କାର୍ଯ୍ୟକାରୀ ହୋଇ ପାରିବ ସେଥିପାଇଁ ବିଜେପି କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଜନସଂପର୍କ ପଦଯାତ୍ରାରେ ବରିଷ୍ଠ ବିଜେପି ନେତା ସରୋଜ ମତ୍ତଗଜ ସିଂ , ଜୟନ୍ତ ବେଉରା,  ଦେବାଶିଷ ମାନସିଂହ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Exit mobile version