Site icon Awaj Media

ଦୁର୍ଘଟଣା ପ୍ରବଣ ହୋଇପଡିଛି ଟାଙ୍ଗୀ ଜାତୀୟ ରାଜପଥ ଅଞ୍ଚଳ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିୟମିତ ବ୍ୟବଧାନରେ ଘଟୁଛି ଅଘଟଣ ! ଚାଲି ଯାଉଛି ଜୀବନ ! ଦୁର୍ଘଟଣା ପ୍ରବଣ ହୋଇପଡିଛି ଟାଙ୍ଗୀ ଜାତୀୟ ରାଜପଥ ଅଞ୍ଚଳ ! ଜଗା ଦର୍ଶନ କରି ଫେରୁଥିବା ବେଳେ ୩୦ ଫୁଟ୍ ତଳକୁ କାର୍ ଖସି ୭ ଗୁରୁତର ହୋଇଥିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଘଟିଛି ଆଉ ଏକ ଦୁର୍ଘଟଣା ! ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଜାତୀୟ ରାଜପଥ ରେ ଗତ ସପ୍ତାହରେ ଘଟିଥିଲା ଅଘଟଣ ! ଯାହା ଫଳରେ ୭ ଜଣ ଗୁରୁତର ଆହତ ହୋଇଥିଲେ । ସୂଚନା ମୁତାବକ ପୁରୀ ରୁ ଜଗା ର ସୁନାବେଶ ଦର୍ଶନ ସାରି ଘରକୁ ଫେରୁଥିଲେ । ରାସ୍ତା ରୁ ୩୦ ଫୁଟ୍ ତଳକୁ ଖସିଲା କାର୍ ! ଗୋଟିଏ ପରିବାରର ୭ ଜଣ ଗୁରୁତର ଆହତ ହୋଇଥିଲେ । ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର ଅଶ୍ୱିନୀ ବିଶୋଇ ଓ ତାଙ୍କ ପରିବାର ପୁରୀ ଜଗନ୍ନାଥ ଙ୍କ ସୁନାବେଶ ଦର୍ଶନ ସାରିବା ପରେ ଘରକୁ ଫେରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ବାଇପାସ୍ ଛକ ନିକଟରେ ଜାତୀୟ ରାଜପଥ ରୁ ୩୦ ଫୁଟ୍ ତଳକୁ ଖସି ପଡ଼ିଥିଲା କାର ଟି । ଡ୍ରାଇଭର ଙ୍କ ବେପରୁଆ ଗାଡି ଚାଳନା , ରାସ୍ତା ପାର୍ଶ୍ବରେ ସତର୍କ ସୂଚନା ଫଳକ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଜଣାଯାଇଛି !

Exit mobile version