Site icon Awaj Media

ବାଲୁଗାଁ ବଡକୁଳ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୁଳ ଗ୍ରାମ ପଞ୍ଚାୟତ ଠାରେ ପି ଏଲ୍ ଏଚ ଆଇ ଭି, ଥାଲାସିମିଆ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଅନ୍ୟାନ୍ୟ ଆପତକାଳିନ ଉଦ୍ଦେଶ୍ୟ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି, ଭୁବନେଶ୍ୱର ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି , ଖୋର୍ଦ୍ଧା ଉଭୟ ଙ୍କ ମିଳିତ ସହଯୋଗରେ ଲିଙ୍କ୍ ୱର୍କର୍ ସ୍କିମ ପ୍ରକଳ୍ପ , କେ.ଏନ୍.ପି.+ , ଖୋର୍ଦ୍ଧା ଦ୍ଵାରା ଆୟୋଜନ କରାଯାଇଥିଲା । ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ଚିଲିକା ର ବିଭିନ୍ନ ପଞ୍ଚାୟତ ରୁ ସ୍ବେଛାସେବୀ ମାନେ ସାମିଲ ହୋଇଥିଲେ ଏବଂ ସେଥିରୁ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରହଲ୍ଲାଦ ବେହେରା , ଲିଙ୍କ୍ ୱର୍କର ସ୍କିମ, ପ୍ରକଳ୍ପ ର , ଡି. ଆର୍. ପି. ଶଶିକାନ୍ତ ବରାଳ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Exit mobile version