Site icon Awaj Media

ଖୋଲିଲା ମା’ ଭଗବତୀଙ୍କ ମନ୍ଦିର ବାହାର ହୁଣ୍ଡି : ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ଲାଗିବ ମା’ ଙ୍କ ସେବାରେ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାତ୍ର ଛଅ ମାସର ବ୍ଯବଧାନ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ମନ୍ଦିର ବାହାର ବେଢ଼ାରେ ଥିବା ହୁଣ୍ଡିକୁ ଖୋଲା ଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ କୁଞ୍ଜବିହାରୀ ବଡ଼ଜେନା, ସଭ୍ୟା ସ୍ଥାନୀୟ ବି.ଡି.ଓ. ଶ୍ରୀମତୀ ଶୀତଲ୍ ଅଗ୍ରୱାଲ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯକ୍ତ ବାଳମୁକୁନ୍ଦ ଦାସ, ସ୍ଥାନୀୟ ଆରକ୍ଷୀ କର୍ମଚାରୀ ଙ୍କ ଉପସ୍ଥିତିରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ହୁଣ୍ଡିକୁ ଖୋଲା ଯାଇ ଶ୍ରଦ୍ଧାଳୁଙ୍କ ଦ୍ଵାରା ପ୍ରଦତ୍ତ ଟଙ୍କା, ସୁନା, ରୂପା ,ବାହାର କରାଯାଇ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀ, ସେବାୟତ ଓ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଗଣତି କରାଯାଇଥିଲା । ହୁଣ୍ଡିରୁ ସର୍ବମୋଟ ଟ ୩,୩୮, ୮୦୫.୦୦ ( ତିନି ଲକ୍ଷ ଅଠତିରିଶି ହଜାର ଆଠଶହ ପାଞ୍ଚ ଟଙ୍କା ମାତ୍ର ) ୧୨ ଗ୍ରାମ ୭୬୦ ମିଲିଗ୍ରାମ ଓଜନର ରୂପା ଅଳଙ୍କାର ଓ ୧୮ କ୍ୟାରେଟ୍ ବିଶିଷ୍ଟ ୨ ଗ୍ରାମ୍‌ ଓଜନର ଏକ ସୁନାର ହନୁମାନ ଲକେଟ୍ ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ମନ୍ଦିର ଜମା ଖାତରେ ଜମା କରାଯାଇଥିବା କଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦାସ ପ୍ରକାଶ କରିବା ସହିତ ସମସ୍ତ ଶ୍ରଦ୍ଧାଳୁଙ୍କ ମଙ୍ଗଳ କାମନା କରିଛନ୍ତି ।

Exit mobile version