Site icon Awaj Media

ବାଙ୍କୀ ବିଜେପି ପକ୍ଷରୁ ଜାରି ରହିଛି ମାରାଥନ ଜନ ସମ୍ପର୍କ ପଦଯାତ୍ରା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ବିଜେପିର ଜନ ସମ୍ପର୍କ ପଦଯାତ୍ରା , ଯୋଗଦେଲେ ଶତାଧିକ କର୍ମୀ ! ମୋଦି ସରକାର ଙ୍କର ୯ ବର୍ଷର ସୁଶାସନ ର ବାର୍ତ୍ତା କୁ ଲୋକଙ୍କ ପାଖରେ ଓ ଗରିବ କଲ୍ୟାଣ ଯୋଜନା ର ସଫଳ ରୂପାୟନ କୁ ନେଇ ବାଙ୍କୀ ନିର୍ବାଚନ ମଣ୍ଡଳୀ ରେ ଏବେ ଲାଗି ରହିଛି ବିଜେପି ପକ୍ଷରୁ ମାରାଥନ ଜନ ସମ୍ପର୍କ ପଦ ଯାତ୍ରା ! ଆଜିର ଏହି ପଦଯାତ୍ରା ରେ ସାମିଲ ହେଲେ ବିଜେପି କୃଷକ ମୋର୍ଚ୍ଚା ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ ! ଜନ ସମ୍ପର୍କ ପଦଯାତ୍ରା ର ମୁଖ୍ୟ ଆଭିମୁଖ୍ୟ ରହିଛି ମୋଦି ସରକାର ଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଗୁଡିକର ଲାଭ କେତେ ପାଇ ପାରିଛନ୍ତି ପ୍ରକୃତ ଯୋଗ୍ୟ ହିତାଧିକାରୀ ତାହା ଅନୁଧ୍ୟାନ କରିବା ! ଏହି ଜନ ସମ୍ପର୍କ ପଦଯାତ୍ରାଟି ପହଁଚିଥିଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ର ଗୋପାଳପୁର ଗ୍ରାମ ପଂଚାୟତରେ ! ଦଳୀୟ କର୍ମୀ ଓ ନେତା ଘର କୁ ଘର ବୁଲି ମୋଦି ସରକାର ଙ୍କର ୯ ବର୍ଷ ର ସୁଶାସନ କେତେ ସଫଳ ରୂପାୟନ ହୋଇ ପାରିଛି ଏ ନେଇ ପ୍ରତ୍ୟେକ ଲୋକଙ୍କ ଠାରୁ ବୁଝିଥିଲେ ! ଜନ ସାଧାରଣ ପାଖରେ ପହଂଚି ଯୋଜନା ସମ୍ପର୍କ ରେ ଅବଗତ କରାଇବା ଆଉ ଯୋଜନା ରୁ ବାଦ ପଡିଯାଇଥିବା ପ୍ରକୃତ ହିତାଧିକାରୀ ମାନଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ଆରମ୍ଭ ହୋଇଛି ପ୍ରୟାସ !

Exit mobile version