କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଥାନା ଅନ୍ତର୍ଗତ ବେଣ୍ଟକାର ନୋଡାଲ ସ୍କୁଲ୍ ରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି ! ଫୁଲ ନଖରା ବନାଞ୍ଚଳ ତରଫରୁ ଫରେଷ୍ଟର ଶ୍ରୀକାନ୍ତ ବେହେରା, ଫରେଷ୍ଟର ସୂର୍ଯ୍ୟକାନ୍ତ ସାହୁ ଏବଂ ଏ.ଏସ.ଓ. ବିନୂଜିତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳ୍ପତରୁ ପାଗଳ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିବା ସହିତ ମିଳିତ ଭାବରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।
ବେଣ୍ଟକାର ନୋଡାଲ ସ୍କୁଲରେ ବନ ମହୋତ୍ସବ ପାଳିତ !!!

