Site icon Awaj Media

ଯାତ୍ରା କମିଟି ମହାସଂଘ ଓଡିଶା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଓଡିଶା ଯାତ୍ରା କମିଟି ମହାସଂଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଚାନ୍ଦୋଳ ସାଇ ଶ୍ରୀୟାଂଶୁ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ! ଯାତ୍ରା କମିଟି ର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ବୈଠକରେ ଯୋଗ ଦେଇଥିଲେ ! ସଂଘର ସଭାପତି ମିହିର ସାମଲଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଯାତ୍ରା କମିଟି କର୍ମକର୍ତ୍ତା ମାନେ ଯାତ୍ରା ର ବିଭିନ୍ନ ପ୍ରକାର ଅସୁବିଧା ତଥା କମିଟି ର କ୍ଷତି କୁ ଉପସ୍ଥାପନ କରିଥିଲେ ! ଆଗକୁ କିପରି ଯାତ୍ରା କମିଟି କ୍ଷତି ନ ସହିବ ସେଥିପାଇଁ ବିସ୍ତୃତ ଆଲୋଚନା କରିଥିଲେ ।

Exit mobile version